କନକ ବ୍ୟୁରୋ : ଗ୍ୟାସ ଟାଙ୍କିରୁ ଲିକ ହୋଇ ଜଳିଗଲା ଘର । ପୋଡିଗଲା ଲକ୍ଷାଧିକ ଟଙ୍କାର ଆସବାପତ୍ର । ଜଣେ  ଆହତ ହୋଇଛନ୍ତି । ଗ୍ୟାସ୍ ପାଇପ ଫାଟି ଯିବାରୁ ଦୁର୍ଘଟଣା  ଘଟିଥିବା ସୂଚନା। ଖୋର୍ଦ୍ଧା ଜିଲା ବୋଲଗଡ଼ ବ୍ଲକ ମାଣିକାଗୋଡା ରେ ଘଟିଛି ଘଟଣା । ମାଣିକାଗୋଡା ପଂଚାୟତ ନିକଟ ସରୋଜ ସ୍ୱାଇଁଙ୍କ ଘରେ ଥିବା ଗ୍ୟାସର ପାଇପରୁ ଲିକ ପରେ ଟାଙ୍କି ଫାଟି ଯିବାରୁ ଜଳିଗଲା ଘର । ଘରେ ଥିବା ଖଟ,ଚେୟାର, ଆଦି ପୋଡି ଯାଇଛି । ଘଟଣା ସ୍ଥଳରେ ବୋଲଗଡ଼ ଦମକଳ ବାହିନୀ ପହଞ୍ଚି ନିଆଁକୁ ଆୟତ୍ତ କରିଛି । ତାଙ୍କ ପତ୍ନୀଙ୍କର ଗୋଡ଼ ହାତ ନିଆଁ ରେ ସାମାନ୍ୟ ଜଳି ଯାଇଛି । ସେପଟେ ନିଆଁ ଆଂ ରେ ସରୋଜ ଙ୍କର ଘରେ ଆଣି ରଖିଥିବା ଦୋକାନ ସାମଗ୍ରୀ ଆଉ ତାଙ୍କ ଝିଅ ବାହାଘର ସରଞ୍ଜାମ ସବୁ ପୋଡି ପାଉଁଶ ହୋଇଯାଇଛି ।