କନକ ବ୍ୟୁରୋ : କେନ୍ଦୁଝର ଯୋଡ଼ା ଥାନା ଅଂଚଳରେ ଜଘନ୍ୟ ହତ୍ୟାକାଣ୍ଡ । ସାଙ୍ଗ ଘରେ ଭଡ଼ା ରହିବା ପାଲଟିଲା କାଳ । ରାତିରେ ଶୋଇଥିବା ବେଳେ ସାଙ୍ଗକୁ ହାତୁଡ଼ିରେ ଛେଚି ହତ୍ୟା କରିଛି ସାଙ୍ଗ । ବାଚୁହାଟିଂ ଅଞ୍ଚଳରୁ ସାମ୍ନାକୁ ଆସିଛି ଏଭଳି ସାଂଘାତିକ ଘଟଣା । ମୃତକ ହେଲେ ଭାଗବତ ବେଶ୍ରା । ହତ୍ୟା ପରେ ଅଭିଯୁକ୍ତ ଦୁର୍ଗା ନାୟକ ଫେରାର ହୋଇଯାଇଛି । ଅଭିଯୁକ୍ତ ସାଙ୍ଗ ଘରେ ଏବେ ବି ପଡ଼ି ରହିଛି ମୃତଦେହ । ତେବେ ଆଶ୍ରୟ ଦେଇ ସାଙ୍ଗକୁ କାହିଁକି ହତ୍ୟା କଲା ସାଙ୍ଗ ତାହା ଜଣାପଡ଼ି ନାହିଁ । ପୋଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି ।
କେନ୍ଦୁଝର ଯୋଡାରେ ଚାଞ୍ଚଲ୍ୟ । ଶୋଇଥିବା ବେଳେ ସାଙ୍ଗକୁ ହାତୁଡିରେ ଛେଚି ମାରିଲା ସାଙ୍ଗ
ବାଚୁହାଟିଂ ଅଞ୍ଚଳରୁ ସାମ୍ନାକୁ ଆସିଛି ଏଭଳି ସାଂଘାତିକ ଘଟଣା । ମୃତକ ହେଲେ ଭାଗବତ ବେଶ୍ରା । ହତ୍ୟା ପରେ ଅଭିଯୁକ୍ତ ଦୁର୍ଗା ନାୟକ ଫେରାର ହୋଇଯାଇଛି । ଅଭିଯୁକ୍ତ ସାଙ୍ଗ ଘରେ ଏବେ ବି ପଡ଼ି ରହିଛି ମୃତଦେହ ।
Advertisment
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)