କନକ ବ୍ୟୁରୋ : ମିତ୍ତଲ ପାଇଁ ଖୋଲିଲା ବାଟ, ବୃହତ ଇସ୍ପାତ କାରଖାନା ପାଇଁ ସରକାରୀ ପ୍ରକ୍ରିୟା ଆରମ୍ଭ। ଜମି ଅଧିଗ୍ରହଣ ପାଇଁ ନିର୍ଦ୍ଦେଶ ଦିଆଯାଇଛି। କେନ୍ଦ୍ରାପଡ଼ା ମହାକାଳପଡ଼ା ତହସିଲ ବଡ଼ଟୁବି ମୌଜାରେ କମ୍ପାନୀକୁ ୩୮୩.୮୪୪ ଏକର ଜମି ପ୍ରଦାନ କରିବେ ସରକାର । ପ୍ରଶାସନିକ ଅଧିକାରୀ ପହଞ୍ଚି ଜନଶୁଣାଣି କରିଛନ୍ତି । ଉପଜିଲ୍ଲାପାଳ, ତହସିଲଦାର ଓ ବରିଷ୍ଠ ଅଧିକାରୀ ପହଞ୍ଚି ଲୋକଙ୍କ ସହ ଆଲୋଚନା କରିଛନ୍ତି। କାରଖାନା ପାଇଁ ଜମି ଅଧିଗ୍ରହଣ କରିବାକୁ ବିଧିବଦ୍ଧ ପଦକ୍ଷେପ ନିଆଯିବା ପରେ ସ୍ଥାନୀୟ ଅଞ୍ଚଳର ଲୋକଙ୍କ ମଧ୍ୟରେ ଉତ୍ସାହ ଦେଖିବାକୁ ମିଳିଛି । ଶିଳ୍ପ ପ୍ରତିଷ୍ଠା ହେଲେ ସ୍ଥାନୀୟ ଅଂଚଳର ବିକାଶ ହେବା ସହିତ ଯୁବକ ଯୁବତୀ ମାନଙ୍କ ପାଇଁ ସୃଷ୍ଟି ହେବ ନିଯୁକ୍ତି ସୁଯୋଗ। ମହାକାଳପଡ଼ା ତହସିଲର ବଡ଼ଟୁବି ମୌଜାରେ ଜମି ବିକ୍ରି, ଖର୍ଦି ଓ ହସ୍ତାନ୍ତର ଉପରେ ସରକାର ରୋକ୍ ଲଗାଇଛନ୍ତି। କୌଣସି ଜମି ମାଲିକ ଏହି ଅଞ୍ଚଳର ଜମି ବିକ୍ରି, ଖର୍ଦ୍ଦି କିମ୍ବା ଦେଣନେଣ କରିପାରିବେ ନାହିଁ ବୋଲି ନିର୍ଦେଶ ଦେଇଛନ୍ତି ରାଜ୍ୟ ସରକାର।
କେନ୍ଦ୍ରାପଡାରେ ଆର୍ସେଲର- ମିତ୍ତତ ନିପ୍ପନ ଷ୍ଟିଲ ପାଇଁ ଜମି ଅଧିଗ୍ରହଣ ନିର୍ଦ୍ଦେଶ ପରେ ସ୍ଥାନୀୟ ଲୋକଙ୍କ ଭିତରେ ଉତ୍ସାହ
/kanak/media/media_files/2024/12/06/MeXmhocq8t60P7OLx7I1.jpg)