ମାତ୍ର ୯ ମାସରେ ନୂଆ ସରକାର କରିଛନ୍ତି ୨୧ହଜାର କୋଟିରୁ ଅଧିକ ଟଙ୍କା ଋଣ, କେନ୍ଦ୍ରରୁ ଆଣିଛନ୍ତି ସାଢେ ୭ହଜାର କୋଟି..

Advertisment

କେନ୍ଦ୍ରରୁ ଆଣିଛନ୍ତି ସାଢେ ୭ହଜାର କୋଟି, ବିଭିନ୍ନ ଉନ୍ନୟନମୂଳକ କାମରେ ଖଟାଇଛନ୍ତି ଟଙ୍କା..

କେନ୍ଦ୍ରରୁ ଆଣିଛନ୍ତି ସାଢେ ୭ହଜାର କୋଟି, ବିଭିନ୍ନ ଉନ୍ନୟନମୂଳକ କାମରେ ଖଟାଇଛନ୍ତି ଟଙ୍କା..

୨୧ ହଜାର କୋଟି ଋଣ

୨୧ ହଜାର କୋଟି ଋଣ Photograph: (kanaknews)

କନକ ବ୍ୟୁରୋ : ମୋହନ ସରକାର ଗତ ୯ ମାସ ମଧ୍ୟରେ ୨୧ହଜାର କୋଟିରୁ ଅଧିକ ଟଙ୍କା ଋଣ କରିଛନ୍ତି । ବିଧାନସଭାରେ ଲିଖିତ ଉତ୍ତର ଦେଇ ଏହି ସୂଚନା ଦେଇଛନ୍ତି ମୁଖ୍ୟମନ୍ତ୍ରୀ। ୨୦୨୪ ଜୁନ ମାସରୁ ଫେବ୍ରୁଆରି ୨୦୨୫ ମଧ୍ୟରେ ୨୧ ହଜାର ୧୭୭ କୋଟି ୯୭ ଲକ୍ଷ ଟଙ୍କା ଋଣ କରିଛନ୍ତି। ନୂଆ ସରକାର ବିଭିନ୍ନ ସୂତ୍ରରୁ ଏହି ରୁଣ ଉଠାଇଛନ୍ତି । ଖୋଲାବଜାରରୁ ସର୍ବାଧିକ ୯ ହଜାର କୋଟି ଟଙ୍କାର ରୁଣ ଉଠାଇଛନ୍ତି ମୋହନ ସରକାର। ଭାରତ ସରକାରଙ୍କ ଠାରୁ ଋଣ ଆଣିଛନ୍ତି ୭ ହଜାର ୧୪୯ କୋଟି ଟଙ୍କା ।

ସେହିପରି ଓମ୍ୱାଡସି ଠାରୁ ୨ହଜାର ୭୫୦ କୋଟି ଓ କାମ୍ପାଠୁ ୨୩୭୦ କୋଟି ଟଙ୍କା ଋଣ କରିଛନ୍ତି। ବିଭିନ୍ନ ସୂତ୍ରରୁ ଆଣିଥିବା ଏହି ଋଣ ଟଙ୍କାକୁ ସରକାର ସଂପୂର୍ଣ୍ଣ ଭାବେ ପୁଞ୍ଜିନିବେଶ ଓ ବିଭିନ୍ନ ଉନ୍ନୟନମୂଳକ କାମରେ ଲଗାଇଛନ୍ତି । ଜଳସେଚନ, ଶକ୍ତି, ସଡକ, ବିପର୍ଯ୍ୟୟ ପରିଚାଳନା, ସହରାଞ୍ଚଳ ଭିତ୍ତିଭୂମୀ ଭଳି  ଯୋଜନାରେ ଟଙ୍କା ଲଗାଇଛନ୍ତି ସରକାର । ତେବେ ଏହାରି ମଧ୍ୟରେ ରାଜ୍ୟ ସରକାର ୧୪ ହଜାର ୯୭୦ କୋଟି ଟଙ୍କା ଋଣ ପରିଶୋଧ କରିଛନ୍ତି ।  
 

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe