କନକ ବ୍ୟୁରୋ : ଐତିହାସିକ ରାୟ ଦେଇଛନ୍ତି ଝାରସୁଗୁଡ଼ା ସ୍ୱତନ୍ତ୍ର ପକ୍ସୋ କୋର୍ଟ । ବ୍ରଜରାଜନଗର ଥାନା ଅଞ୍ଚଳରେ ଦୁଇ ନାବାଳକକୁ ଦୁଷ୍କର୍ମ ମାମଲାର ଦୋଷୀ ଅଜିତ ନାଗକୁ ମିଳିଛି ଦଣ୍ଡ । ମାମଲାର ଶୁଣାଣି କରି ଦୋଷୀକୁ ୨୫ ବର୍ଷ ସଶ୍ରମ ଜେଲ୍ ଦଣ୍ଡ ଓ ୧୦ ହଜାର ଟଙ୍କା ଜରିମାନା କରିଛନ୍ତି ଅତିରିକ୍ତ ଜିଲ୍ଲା ଦୌରାଜଜ୍ । ଜରିମାନା ଅନାଦେୟ ହେଲେ ଅଧିକ ଜେଲଦଣ୍ଡ ଭୋଗିବ ସୈତାନ । ଏଥିସହ ବିଚାରପତି ପୂଜା ପଣ୍ଡା ଦୁଇ ପୀଡ଼ିତ ନାବାଳକଙ୍କୁ ୮ ଲକ୍ଷ ଟଙ୍କା ଲେଖାଏଁ କ୍ଷତିପୂରଣ ଯୋଗାଇବା ପାଇଁ ପ୍ରଶାସନକୁ ନିର୍ଦ୍ଦେଶ ଦେଇଛନ୍ତି । ନାବାଳକଙ୍କୁ ଅପ୍ରାକୃତିକ ଯୌନ ନିର୍ୟାତନା ମାମଲାରେ ୨୭ ଜଣ ସାକ୍ଷୀ ଓ ୬୨ଟି ଦସ୍ତାବିଜ ଆଧାରରେ ଦଣ୍ଡାଦେଶ ଶୁଣାଇଛନ୍ତି ପକ୍ସୋ କୋର୍ଟ । 
ବାଇଟ୧: ପୃଥ୍ବୀରାଜ ସିଂହଦେଓ, ସରକାରୀ ଓକିଲ, ପକ୍ସୋ କୋର୍ଟ

Advertisment

ମାର୍ଚ୍ଚ ୨୩ ତାରିଖରେ ବ୍ରଜରାଜନଗର ଥାନାକୁ ଅଭିଯୋଗ ଆସିଲା ଗୋଟିଏ ପରିବାରର ଦୁଇ ନାବାଳକଙ୍କୁ ଯୌନ ନିର୍ୟାତନା ଦେଇଛି ସୈତାନ ଅଜିତ ନାଗ । ମାର୍ଚ୍ଚ ୨୧ରେ ନାବାଳକକୁ ବାଇକରେ ବୁଲାଇ, ନିଛାଟିଆ ସ୍ଥାନରେ ଅପ୍ରାକୃତିକ ଯୌନ ସଂପର୍କ ରଖିଥିଲା ଅଭିଯୁକ୍ତ । ପୂର୍ବରୁ ନାବାଳକର ଭାଇକୁ ମଧ୍ୟ ଦୁଷ୍କର୍ମ କରିଥିବା ଜାଣିବା ପରେ ଥାନାର ଦ୍ୱାରସ୍ଥ ହୋଇଥିଲେ ପରିବାର ।    

  • ସୈତାନ କରିଥିଲା ଷଡ଼ଯନ୍ତ୍ର
  • ମାର୍ଚ୍ଚ ୨୩ ତାରିଖରେ ଏତଲା ଦେଇଥିଲେ ନାବାଳକର ବାପା 
  • ଘଟଣାସ୍ଥଳରୁ ସିମେନ୍ସ ଲାଗିଥିବା ରୁମାଲ ଜବତ କଲା ପୁଲିସ 
  • ସିମେନ୍ସ ସହ ଅଭିଯୁକ୍ତର ଡିଏନଏ ମିଶିଥିଲା 
  • ମାର୍ଚ୍ଚ ୨୭ରେ ଅଭିଯୁକ୍ତକୁ ବାନ୍ଧିଲା ବ୍ରଜରାଜନଗର ପୁଲିସ
  • ଗିରଫର ୧୧ ଦିନରେ କୋର୍ଟରେ ଚାର୍ଜସିଟ୍ ଦାଖଲ
  • ଏପ୍ରିଲ ୧୯ରୁ ଶୁଣାଣି ଆରମ୍ଭ, ମେ’ ୧୪ରେ ଶୁଣାଣି ଶେଷ  
  • ଅଭିଯୋଗର ଗୁରୁତ୍ୱ ବୁଝି କୋର୍ଟ ଦ୍ରୁତ ଶୁଣାଣି କରି ଆଜି ଦଣ୍ଡାଦେଶ ଶୁଣାଇଛନ୍ତି ।


ଦୁଇ ନାବାଳକଙ୍କୁ ଦୁଷ୍କର୍ମ ମାମଲା ଭଳି ଅନେକ ମାମଲା ଆଗକୁ ଫାଷ୍ଟ ଟ୍ରାକ କୋର୍ଟରେ ପକାଯିବ ଓ ଦୋଷୀକୁ ତୁରନ୍ତ ଦଣ୍ଡ ଦେବାର ସମସ୍ତ ବ୍ୟବସ୍ଥା ଗ୍ରହଣ କରାଯିବ ବୋଲି ଝାରସୁଗୁଡ଼ା ଏସପି କହିଛନ୍ତି ।