ଜଳେଶ୍ୱର ସୁବର୍ଣ୍ଣରେଖା ନଦୀରୁ ବେଆଇନ ବାଲି ଚାଲାଣ କରୁଥିଲେ ମାଫିଆ, ରାତି ଅଧରେ ଚଢାଉ କଲା ଖଣି ବିଭାଗ

ଦୀର୍ଘ ଦିନ ହେଲା ଶହ ଶହ ଟ୍ରିପ ବାଲି ଉତ୍ତୋଳନ ହେଉଥିବା ଅଭିଯୋଗ ହୋଇଥିଲା । ଜଳେଶ୍ଵର ଥାନା ଅନ୍ତର୍ଗତ ଶିଖରପୁରୁ ଠାରେ ସୁବର୍ଣ୍ଣରେଖା ନଦୀରୁ ବେଆଇନ୍ ବାଲି ଉତ୍ତୋଳନ ହେଉଥିବା ବାରମ୍ବାର ଅଭିଯୋଗ ହୋଇଥିଲା । ନଦୀ ପଠାରେ ବାଲି ଗଛିତ କରି ଚୋରା ଚାଲାଣ ହେଉଥିବା ବେଳେ ଖବର ପାଇ ଖଣି ବିଭାଗ ଚଢ଼ଉ କରିଥିଲା ।

}þþþþ

Zþ}òþþþþ

କନକ ବ୍ୟୁରୋ : ଜଳେଶ୍ବର ସୁବର୍ଣ୍ଣରେଖା ନଦୀରୁ ବେଆଇନ ବାଲି ଚାଲାଣ କରୁଥିଲେ ମାଫିଆ । ରାତି ଅଧିଆ ଚଢ଼ଉ କଲା ଖଣି ବିଭାଗ । ଗୋଟିଏ ଜେସିବି, ହାଇଓ୍ବା ଓ ଡମ୍ପର ଜବତ ହୋଇଛି । ଦୀର୍ଘ ଦିନ ହେଲା ଶହ ଶହ ଟ୍ରିପ ବାଲି ଉତ୍ତୋଳନ ହେଉଥିବା ଅଭିଯୋଗ ହୋଇଥିଲା । ଜଳେଶ୍ଵର ଥାନା ଅନ୍ତର୍ଗତ ଶିଖରପୁରୁ ଠାରେ ସୁବର୍ଣ୍ଣରେଖା ନଦୀରୁ ବେଆଇନ୍ ବାଲି ଉତ୍ତୋଳନ ହେଉଥିବା ବାରମ୍ବାର ଅଭିଯୋଗ ହୋଇଥିଲା । ନଦୀ ପଠାରେ ବାଲି ଗଛିତ କରି ଚୋରା ଚାଲାଣ ହେଉଥିବା ବେଳେ ଖବର ପାଇ ଖଣି ବିଭାଗ ଚଢ଼ଉ କରିଥିଲା । ଖଣି ଅଧିକାରୀ ଜିତେନ୍ଦ୍ର କୁମାର ଦାସ, ସତ୍ୟ ଚିନ୍ମୟ ଜେନା ଓ ଜଳେଶ୍ୱର ପୋଲିସ ମିଳିତ ଭାବେ ଚଢ଼ଉ କରିଥିଲେ । ଏକ ଏନଫୋର୍ସମେଣ୍ଟ ଟିମ ଘଟଣା ସ୍ଥଳରେ ପୋଲିସ ପହଞ୍ଚି‌ ଜେସିବି, ହାଇଓ୍ବା ଓ ଡମ୍ଫର ଜବତ କରିଛନ୍ତି । ଦୀର୍ଘଦିନ ଧରି ସୁବର୍ଣ୍ଣରେଖା ନଦୀରୁ ମାଫିଆ ମାନେ ଶହ ଶହ ଟ୍ରିପ ବାଲି ଉତ୍ତୋଳନ କରି ରାତି ଅଧିଆ ଚୋରା ଚାଲାଣ କରୁଥିଲେ । ଅଚାନକ ରାତି ଅଧିଆ ଚଢ଼ାଉକୁ ନେଇ ବାଲି ମାଫିଆଙ୍କ ଭିତରେ ଛନକା ପଶିଛି । 

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe