ଯାଜପୁରରେ ବଢୁଛି ବିଜେଡି କଳି । ବଡ଼ଚଣାରେ ଦୁଇଟି ସ୍ଥାନରେ ଅମର ଶତପଥୀ ଓ ବର୍ଷା ପ୍ରିୟଦର୍ଶନୀଙ୍କ ଭିନ୍ନ ଭିନ୍ନ ପଦଯାତ୍ରା

ବିଜେଡି ନେତା ଅମର ଶତପଥୀ ଓ ବର୍ଷା ପ୍ରିୟଦର୍ଶୀନି ଦୁଇଟି ପୃଥକ୍ ପୃଥକ୍ ପଦଯାତ୍ରା କରିଛନ୍ତି । ସମର୍ଥକଙ୍କୁ ସାଥୀରେ ନେଇ ବଇରି ଠାରେ ପହଞ୍ଚି ମହାତ୍ମା ଗାନ୍ଧୀଙ୍କ ପ୍ରତିମୂର୍ତ୍ତୀରେ ମାଲ୍ୟାର୍ପଣ କରିଛନ୍ତି । ପୂର୍ବତନ ବିଧାୟକ ତଥା ବିଜେଡିର ବରିଷ୍ଠ ନେତା ଅମର ଶତପଥୀ ବଇରୀ ଠାରେ ନିଜର ସମର୍ଥକଙ୍କ ଗହଣରେ ମହାତ୍ମା ଗାନ୍ଧୀଙ୍କ ପ୍ରତିମୂର୍ତ୍ତୀରେ ମାଲ୍ୟାର୍ପଣ କରିଥିବା ବେଳେ ବ୍ଲକ୍ ସଭାପତି ଅରବିନ୍ଦ ସାମଲଙ୍କ ନେତୃତ୍ୱରେ ବିଜେଡି ବିଧାୟକ ପ୍ରାର୍ଥୀନୀ ବର୍ଷା ପ୍ରିୟଦର୍ଶିନୀ, ବ୍ଲକ ଅଧ୍ୟକ୍ଷା ମିନତୀ ସେନାପତିଙ୍କ ଗହଣରେ ବଇରୀ ଠାରେ ପହଞ୍ଚି ପଦଯାତ୍ରାର ଶୁଭାରମ୍ଭ କରିଥିଲେ।

Zþòú\õj^cZ\^cZ

କନକ ବ୍ୟୁରୋ : ଯାଜପୁର, ବଡ଼ଚଣା ବିଜେଡିରେ କନ୍ଦଳ। ବିଜେଡି ପକ୍ଷରୁ ସାରା ରାଜ୍ୟରେ ପଦଯାତ୍ରା କରାଯାଉଥିବାବେଳେ ସାମ୍ନାକୁ ଆସିଲା ରୋଚକ ଦୃଶ୍ୟ । ବିଜେଡି ନେତା ଅମର ଶତପଥୀ ଓ ବର୍ଷା ପ୍ରିୟଦର୍ଶୀନି ଦୁଇଟି ପୃଥକ୍ ପୃଥକ୍ ପଦଯାତ୍ରା କରିଛନ୍ତି । ସମର୍ଥକଙ୍କୁ ସାଥୀରେ ନେଇ ବଇରି ଠାରେ ପହଞ୍ଚି ମହାତ୍ମା ଗାନ୍ଧୀଙ୍କ ପ୍ରତିମୂର୍ତ୍ତୀରେ ମାଲ୍ୟାର୍ପଣ କରିଛନ୍ତି । ପୂର୍ବତନ ବିଧାୟକ ତଥା ବିଜେଡିର ବରିଷ୍ଠ ନେତା ଅମର ଶତପଥୀ ବଇରୀ ଠାରେ ନିଜର ସମର୍ଥକଙ୍କ ଗହଣରେ ମହାତ୍ମା ଗାନ୍ଧୀଙ୍କ ପ୍ରତିମୂର୍ତ୍ତୀରେ ମାଲ୍ୟାର୍ପଣ କରିଥିବା ବେଳେ ବ୍ଲକ୍ ସଭାପତି ଅରବିନ୍ଦ ସାମଲଙ୍କ ନେତୃତ୍ୱରେ ବିଜେଡି ବିଧାୟକ ପ୍ରାର୍ଥୀନୀ ବର୍ଷା ପ୍ରିୟଦର୍ଶିନୀ, ବ୍ଲକ ଅଧ୍ୟକ୍ଷା ମିନତୀ ସେନାପତିଙ୍କ ଗହଣରେ ବଇରୀ ଠାରେ ପହଞ୍ଚି ପଦଯାତ୍ରାର ଶୁଭାରମ୍ଭ କରିଥିଲେ। ଏହାସହ ସଭାପତି ନବୀନ ପଟ୍ଟନାୟକଙ୍କ ଶାନ୍ତି ମୈତ୍ରୀର ବାର୍ତ୍ତା ପ୍ରଚାର କରି ଦଳର ସଦସ୍ୟତା କିପରି ଅଧିକରୁ ଅଧିକ ହେବ ସେନେଇ କାର୍ୟ୍ୟ କରିବାକୁ ଆହ୍ବାନ ଦେଇଛନ୍ତି ବର୍ଷା। ସେହିପରି କଂଗ୍ରେସ ରୁ ଆସି ବିଜେଡିରେ ସାମିଲ ହୋଇଥିବା କ୍ୟାପଟେନ ରାଜ ନାରାୟଣ ମହାପାତ୍ର ମଧ୍ୟ ନିଜ ସମର୍ଥକଙ୍କ ସହ ପଦଯାତ୍ରା କରି ସାଂଗଠନିକ ଶକ୍ତି ପ୍ରଦର୍ଶନ କରିଛନ୍ତି। ଗୋଟିଏ ନିର୍ବାଚନ ମଣ୍ଡଳୀରେ ଗୋଟିଏ ରାଜନୈତିକ ଦଳର ତିନୋଟି ଭିନ୍ନ ଭିନ୍ନ ପଦଯାତ୍ରା ଦେଖି ଦଳରେ କନ୍ଦଳ ଥିବା ସ୍ପଷ୍ଟ ବାରି ହୋଇ ପଡୁଛି । 

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe