ଗଞ୍ଜାମରେ ଉତ୍କଟ ହେଉଛି ଦାଦନ ସମସ୍ୟା । କାମ ଖୋଜୁ୍ଥିବା ଯୁବକଙ୍କୁ ମିଛ ପ୍ରଲୋଭନରେ ଫଶେଇ ଦେଉଛନ୍ତି ଦାଦନ ସର୍ଦ୍ଦାର

 ବିଷ୍ଣଙ୍କ କାହାଣୀ ଗୋଟିଏ ଉଦାହରଣ। ଏମିତି ଅନେକ ଯୁବକଙ୍କୁ ନିଜ ଜାଲରେ ଫସାଇ ବିଦେଶ ପଠାଉଛନ୍ତି ଦାଦନ ସର୍ଦ୍ଦାର । ଯିବା ଆସିବା ଟିକେଟ୍ ବାବଦକୁ ନେଉଛନ୍ତି ଲକ୍ଷଲକ୍ଷ ଟଙ୍କା ! ଖଲ୍ଲିକୋଟ ବ୍ଲକ ଅନ୍ତର୍ଗତ ଲଙ୍ଗଳେଶ୍ୱର, ବାକୁଟ, କୈରାସି, ଆଇତିପୁର ଭଳି ବିଭିନ୍ନ ଗାଁର ଯୁବକ ଦଲାଲଙ୍କ ଶିକାର ହୋଇଥିବା ଜଣାପଡ଼ିଛି ।

Kòið

କନକ ବ୍ୟୁରୋ :  ଖଲ୍ଲିକୋଟ ଶ୍ୟାମସୁନ୍ଦରପୁର ଗାଁର ବିଷ୍ଣୁ ଡାକୁଆ। ଚାକିରି ଖୋଜୁଖୋଜୁ ପଡ଼ିଯାଇଥିଲେ ଦଲାଲ ହାବୁଡ଼ରେ । ରୋଜଗାର ଆଶାରେ ଦଲାଲକୁ ୬୦ ହଜାର ଟଙ୍କା ଦେଇ ୨୦୨୧ରେ ଯାଇଥିଲେ କାତାର । କିଛି ମାସ କାମ କରିବା ପରେ ନିର୍ୟାତନା ଆରମ୍ଭ କରିଥିଲେ କମ୍ପାନୀ କର୍ତ୍ତୃପକ୍ଷ ! ଦରମା ମିଳିଲା ନାହିଁ, ଭୋକ ଉପାସରେ ରହିବା ପରେ ଫେରାଇ ଆଣିବା ପାଇଁ ଆକୁଳ ନିବେଦନ କରିଥିଲେ । ଶେଷରେ କିଛି ଓଡ଼ିଆଙ୍କ ସହଯୋଗରେ ଭିଟାମାଟିକୁ ଫେରି ଆସିଛନ୍ତି ।

 ବିଷ୍ଣଙ୍କ କାହାଣୀ ଗୋଟିଏ ଉଦାହରଣ। ଏମିତି ଅନେକ ଯୁବକଙ୍କୁ ନିଜ ଜାଲରେ ଫସାଇ ବିଦେଶ ପଠାଉଛନ୍ତି ଦାଦନ ସର୍ଦ୍ଦାର । ଯିବା ଆସିବା ଟିକେଟ୍ ବାବଦକୁ ନେଉଛନ୍ତି ଲକ୍ଷଲକ୍ଷ ଟଙ୍କା ! ଖଲ୍ଲିକୋଟ ବ୍ଲକ ଅନ୍ତର୍ଗତ ଲଙ୍ଗଳେଶ୍ୱର, ବାକୁଟ, କୈରାସି, ଆଇତିପୁର ଭଳି ବିଭିନ୍ନ ଗାଁର ଯୁବକ ଦଲାଲଙ୍କ ଶିକାର ହୋଇଥିବା ଜଣାପଡ଼ିଛି ।

ଗଂଜାମ ଜିଲ୍ଲାରୁ ଦାଦନ ଚାଲାଣ ଘଟଣା ବହୁ ପୁରୁଣା। ତଥାପି ପ୍ରଶାସନ ତରଫରୁ କୌଣସି ଆଖି ଦୃଷ୍ଟିଆ ପଦକ୍ଷେପ ନିଆଯାଉନାହିଁ। ଖଲ୍ଲିକୋଟରେ ଘରୋଇ ହୋଟେଲରେ ଦଲାଲଙ୍କ ସହ ସାକ୍ଷାତକାର ଚାଲୁଛି! ଏଇ ନିକଟରେ ପୁଲିସ ଚଢ଼ାଉ କରି ୨ ଜଣଙ୍କୁ ଗିରଫ କରିବା ପରେ ଧିରେଧିରେ ଗୁମର ଫିଟୁଛି। ଦୁବାଇକୁ ଦାଦନ ଚାଲାଣ ପାଇଁ ମିଛ ପ୍ରଚାର କରୁଥିବା ଜଣାପଡ଼ିଛି! ସେପଟେ ଜିଲ୍ଲାରେ ଶ୍ରମିକଙ୍କ ପାଇଁ ରୋଜଗାର ପନ୍ଥା ନଥିବାରୁ ସେମାନେ ବାହାରକୁ ଯିବାକୁ ବାଧ୍ୟ ହେଉଛନ୍ତି ବୋଲି କହିଛନ୍ତି ଶ୍ରମିକନେତା। 

ସାରା ରାଜ୍ୟରୁ ପ୍ରାୟ ସବୁଦିନ କେଉଁଠୁ ନା କେଉଁଠୁ ଶ୍ରମିକମାନେ ଭିଟାମାଟି ଛାଡୁଛନ୍ତି। ଏଥିରେ ରୋକ ଲଗାଇବାକୁ ହେଲେ ରାଜ୍ୟରେ ନିଯୁକ୍ତି ସୁଯୋଗ ସୃଷ୍ଟି କରିବାର ଆବଶ୍ୟକତା ରହିଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe