ଓଡିଶାରେ ଅଛି ୮ଟି ରତ୍ନପଥର ଖଣି ... ଉତ୍ତର ରଖିଲେ ମନ୍ତ୍ରୀ

ପାଞ୍ଚ ବର୍ଷରେ ଓଡିଶାରୁ ୧୫୭ କେଜି ରତ୍ନ ପଥର ଉତ୍ତୋଳନ ହୋଇଛି ।ବିଧାନସଭାରେ ବିଜେଡି ବିଧାୟକ କଳିକେଶ ସିଂଦେଓଙ୍କ ପ୍ରଶ୍ନରେ ଲିଖିତ ଉତ୍ତର ରଖିଲେ ଖଣି ମନ୍ତ୍ରୀ ବିଭୂତି ଜେନା ।

mines--

କନକ ବ୍ୟୁରୋ: ପାଞ୍ଚ ବର୍ଷରେ ଓଡିଶାରୁ ୧୫୭ କେଜି ରତ୍ନ  ପଥର ଉତ୍ତୋଳନ ହୋଇଛି ।ବିଧାନସଭାରେ ବିଜେଡି ବିଧାୟକ କଳିକେଶ ସିଂଦେଓଙ୍କ ପ୍ରଶ୍ନରେ ଲିଖିତ ଉତ୍ତର ରଖିଲେ ଖଣି ମନ୍ତ୍ରୀ ବିଭୂତି ଜେନା ।

ଉତ୍ତରରେ ମନ୍ତ୍ରୀ ସୂଚନା ଦେଲେ,  ବର୍ତ୍ତମାନ ରାଜ୍ୟରେ ୩ ଟି ରତ୍ନ ପଥର ଖଣି କାର୍ୟ୍ୟକ୍ଷମ ରହିଛି । ସେଥିରୁ ଏଯାଏଁ ୧୫୭ କେଜି ରତ୍ନ  ପଥର ଉତ୍ତୋଳନ ହୋଇସାରିଛି । ସେହିପରି ୮ ଟି ରତ୍ନ ପଥର ଖଣି ଖନନ ପାଇଁ ଅନୁମତି ମିଳିନଥିବାରୁ ତାହା ଖୋଳା ଯାଇପାରୁନାହିଁ । ଯାହାକୁ ଭବିଷ୍ୟତରେ କାର୍ଯ୍ୟକ୍ଷମ କରିବାକୁ ଏ ନୂଆ ସରକାର ପ୍ରକ୍ରିୟା ଆରମ୍ଭ କରିବାକୁ ଯାଉଛନ୍ତି  ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe