କନକ ବ୍ୟୁରୋ: ପାଞ୍ଚ ବର୍ଷରେ ଓଡିଶାରୁ ୧୫୭ କେଜି ରତ୍ନ ପଥର ଉତ୍ତୋଳନ ହୋଇଛି ।ବିଧାନସଭାରେ ବିଜେଡି ବିଧାୟକ କଳିକେଶ ସିଂଦେଓଙ୍କ ପ୍ରଶ୍ନରେ ଲିଖିତ ଉତ୍ତର ରଖିଲେ ଖଣି ମନ୍ତ୍ରୀ ବିଭୂତି ଜେନା ।
ଉତ୍ତରରେ ମନ୍ତ୍ରୀ ସୂଚନା ଦେଲେ, ବର୍ତ୍ତମାନ ରାଜ୍ୟରେ ୩ ଟି ରତ୍ନ ପଥର ଖଣି କାର୍ୟ୍ୟକ୍ଷମ ରହିଛି । ସେଥିରୁ ଏଯାଏଁ ୧୫୭ କେଜି ରତ୍ନ ପଥର ଉତ୍ତୋଳନ ହୋଇସାରିଛି । ସେହିପରି ୮ ଟି ରତ୍ନ ପଥର ଖଣି ଖନନ ପାଇଁ ଅନୁମତି ମିଳିନଥିବାରୁ ତାହା ଖୋଳା ଯାଇପାରୁନାହିଁ । ଯାହାକୁ ଭବିଷ୍ୟତରେ କାର୍ଯ୍ୟକ୍ଷମ କରିବାକୁ ଏ ନୂଆ ସରକାର ପ୍ରକ୍ରିୟା ଆରମ୍ଭ କରିବାକୁ ଯାଉଛନ୍ତି ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/member_avatars/2025/12/17/2025-12-17t075448932z-whatsapp-image-2025-12-17-at-12423-pm-2025-12-17-13-24-48.jpeg)
/kanak/media/media_files/pXlP9cy9NeWvZzLFaUvJ.jpg)