କନକ ବ୍ୟୁରୋ : କାନ୍ଦି କାନ୍ଦି ବେହାଲ ହେଲେଣି ପୁଷ୍ପାଞ୍ଜଳି ଦାସ । ଘର ଭିତରେ ସ୍ୱାମୀ, ଝିଅ ଓ ନାତିଙ୍କ ମୃତଦେହ ଦେଖି ପାଦତଳୁ ମାଟି ଖସିଯାଇଛି । ବନ୍ଦ ଘର ଭିତରୁ ଝୁଲନ୍ତା ଅବସ୍ଥାରେ ଗୋଟିଏ ପରିବାରର ତିନି ମୃତ ଦେହ ଉଦ୍ଧାର ହୋଇଛି । ଏମାନଙ୍କ ମଧ୍ୟରେ ଅଛନ୍ତି ପୁଷ୍ପାଞ୍ଜଳିଙ୍କ ସ୍ବାମୀ, ୪୦ ବର୍ଷିୟ ଝିଅ ଓ ୧୬ ବର୍ଷର ନାତି । ଢେଙ୍କାନାଳ ସଦର ଥାନା ଅନ୍ତର୍ଗତ ଚାଉଳିଆ ଖମାର ଗାଁରେ ଚାଞ୍ଚଲ୍ୟ। ତେବେ କେଉଁ କାରଣ ପାଇଁ ଏକା ସାଙ୍ଗରେ ତିନି ତିନି ଜଣ ମୃତ୍ୟୁବରଣ କଲେ ତାହା ଅସ୍ପଷ୍ଟ ରହିଛି। ଘଟଣାସ୍ଥଳରେ ସଦରଥାନା ପୋଲିସ ପହଞ୍ଚି ମୃତଦେହ ଜବତ କରିବା ସହ ତଦନ୍ତ ଆରମ୍ଭ କରିଛି। ମୃତକ ହେଲେ ଶଙ୍କର୍ଷଣ ଦାସ, ସୁବର୍ଣ୍ଣ ଦାସ ଓ ସନ୍ତୋଷ କୁମାର ଦାସ।
ପୁଲିସ ଘଟଣାସ୍ଥଳରେ ପଂହଚି ମୃତଦେହ ଜବତ କରି ତଦନ୍ତ ଚଳାଇଛି । ପୁଷ୍ପାଞ୍ଜଳିଙ୍କୁ ବି ପଚରାଉଚରା କରାଯାଉଛି । କିନ୍ତୁ କାହିଁକି ଏମାନଙ୍କ ମୃତ୍ୟୁ ହେଲା ତାହା ସ୍ପଷ୍ଟ ହୋଇନାହିଁ । ଶଙ୍କର୍ଷଣ ଦାସ ହେଉଛନ୍ତି ଜଣେ ରେଳୱେ କର୍ମଚାରୀ। ଚାକିରିରୁ ଅବସର ପରେ ଦାସ ଗାଁରେ ରହୁଥିଲେ। ତାଙ୍କ ସାଙ୍ଗରେ ପତ୍ନୀ ପୁଷ୍ପାଞ୍ଜଳି, ବିବାହିତା ଝିଅ ସୁବର୍ଣ୍ଣ ଦାସ, ଓ ନାତି ସନ୍ତୋଷ କୁମାର ଦାସ ରହୁଥିଲେ ।
ଏବେ ପ୍ରଶ୍ନ ଉଠୁଛି, ବିବାହିତା ଝିଅ, ନାତି ଓ ଅଜା କେମିତି ଝୁଲିପଡ଼ିଲେ? ଏହା ଆତ୍ମହତ୍ୟା ନା ହତ୍ୟା? ସହି ପଡ଼ିଶା କେମିତି ଜାଣିପାରିଲେ ନାହିଁ? ପୋଲିସ ରହସ୍ୟ ଉନ୍ମୋଚନ କରିପାରିବ ତ?