କନକ ବ୍ୟୁରୋ : ଦିଲ୍ଲୀରେ ଲାଗିବ କି ରାଷ୍ଟ୍ରପତି ଶାସନ ? ବରଖାସ୍ତ ହେବ କି ଅରବିନ୍ଦ କେଜ୍ରିୱାଲ ସରକାର । ଦିଲ୍ଲୀ ବିଜେପି କେଜ୍ରିୱାଲ ସରକାରଙ୍କୁ ବରଖାସ୍ତ କରି ରାଷ୍ଟ୍ରପତି ଶାସନ ଲାଗୁ ଦାବିରେ ରାଷ୍ଟ୍ରପତିଙ୍କୁ ଦାବିପତ୍ର ଦେଇଥିଲେ । ରାଷ୍ଟ୍ରପତି ଏବେ ସେହି ଚିଠିକୁ କେନ୍ଦ୍ର ଗୃହ ମନ୍ତ୍ରାଳୟକୁ ପଠାଇବା ପରେ ଏହି ଚର୍ଚ୍ଚା ଜୋର ଧରିଛି । ରାଷ୍ଟ୍ରପତି ସଚିବାଳୟ ଗୃହମନ୍ତ୍ରାଳୟକୁ ଚିଠିରେ ଉଲ୍ଲେଖ କରିଛି, ଏହା ଉପରେ ଉଚିତ ପଦକ୍ଷେପ ନେବା ଜରୁରୀ । ଅଗଷ୍ଟ ୩୦ ତାରିଖରେ ଦିଲ୍ଲୀ ବିଜେପିର ଏକ ପ୍ରତିନିଧି ମଣ୍ଡଳ ରାଷ୍ଟ୍ରପତିଙ୍କୁ ଭେଟି ଦିଲ୍ଲୀରେ ରାଷ୍ଟ୍ରପତି ଶାସନ ଲଗାଇବାକୁ ଦାବି କରିଥିଲେ । ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ ଜେଲ ଯିବା ପରେ ସାମ୍ୱିଧାନିକ ସଂକଟ ଦେଖା ଦେଇଛି । କେଜ୍ରିୱାଲ ଜେଲରେ ରହି ସରକାର ଚଳାଉଛନ୍ତି, ତୁରନ୍ତ ତାଙ୍କୁ ପଦରୁ ହଟାଯାଉ ବୋଲି ଦାୱି କରିବା ସହ ଏକ ରାଷ୍ଟ୍ରପତିଙ୍କୁ ଏକ ସ୍ମାରକ ପତ୍ର ଦେଇଥିଲେ । ସୂଚନା ଅନୁସାରେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ବିଜେପିର ଚିଠିକୁ ଗୃହମନ୍ତ୍ରାଳୟକୁ ପଠାଇଛନ୍ତି ।
ଦିଲ୍ଲୀରେ କେଜ୍ରିୱାଲ ସରକାରଙ୍କ ପାଇଁ ବଢିଲା ଅଡୁଆ । ରାଷ୍ଟ୍ରପତି ଶାସନ ପାଇଁ ଦିଲ୍ଲୀ ବିଜେପିର ଚିଠିକୁ ରାଷ୍ଟ୍ରପତିଙ୍କ ନିକଟକୁ ପଠାଇଲେ ଉପ ରାଜ୍ୟପାଳ
ଦିଲ୍ଲୀ ବିଜେପି କେଜ୍ରିୱାଲ ସରକାରଙ୍କୁ ବରଖାସ୍ତ କରି ରାଷ୍ଟ୍ରପତି ଶାସନ ଲାଗୁ ଦାବିରେ ରାଷ୍ଟ୍ରପତିଙ୍କୁ ଦାବିପତ୍ର ଦେଇଥିଲେ । ରାଷ୍ଟ୍ରପତି ଏବେ ସେହି ଚିଠିକୁ କେନ୍ଦ୍ର ଗୃହ ମନ୍ତ୍ରାଳୟକୁ ପଠାଇବା ପରେ ଏହି ଚର୍ଚ୍ଚା ଜୋର ଧରିଛି । ରାଷ୍ଟ୍ରପତି ସଚିବାଳୟ ଗୃହମନ୍ତ୍ରାଳୟକୁ ଚିଠିରେ ଉଲ୍ଲେଖ କରିଛି, ଏହା ଉପରେ ଉଚିତ ପଦକ୍ଷେପ ନେବା ଜରୁରୀ । ଅଗଷ୍ଟ ୩୦ ତାରିଖରେ ଦିଲ୍ଲୀ ବିଜେପିର ଏକ ପ୍ରତିନିଧି ମଣ୍ଡଳ ରାଷ୍ଟ୍ରପତିଙ୍କୁ ଭେଟି ଦିଲ୍ଲୀରେ ରାଷ୍ଟ୍ରପତି ଶାସନ ଲଗାଇବାକୁ ଦାବି କରିଥିଲେ ।
/kanak/media/media_files/QCWUkrEFXqtAvcrYAsCP.jpg)