କନକ ବ୍ୟୁରୋ: ଦିଲ୍ଲୀ ଗସ୍ତରେ ଥିବା ଓଡିଶା ମୁଖ୍ୟମନ୍ତ୍ରୀ ମୋହନ ମାଝୀ ଆଜି କେନ୍ଦ୍ର ସରକାରଙ୍କ ନିକଟରେ ରାଜ୍ୟର ସ୍ୱାର୍ଥକୁ ଆଖିଆଗରେ ରଖି କିଛି ଦାବି ଉପସ୍ଥାପନ କରିଛନ୍ତି । ରାଜ୍ୟ ଭିତ୍ତିଭୂମିର ବିକାଶ ପାଇଁ ଅଧିକ ଆବଣ୍ଟନ । ଗୋପାଳପୁର ଠାରେ ଏକ ଲୁଣ ଖଳା ନିର୍ମାଣ ପାଇଁ ପ୍ରସ୍ତାବ । ଝାରସୁଗୁଡା ପାଇଁ ନୂତନ ଇଣ୍ଡଷ୍ଟ୍ରିଆଲ ଟାଉନସିପ୍ । ପର୍ଯ୍ୟଟନର ବିକାଶ ପାଇଁ ୧୦ ହଜାର କୋଟିର ସ୍ୱତନ୍ତ୍ର ପ୍ୟାକେଜ । ଜଳଜୀବନ ମିଶନ ଅଧିନରେ ପର୍ଯ୍ୟାପ୍ତ ବଜେଟ ବ୍ୟବସ୍ଥା । ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣଙ୍କ ଅଧ୍ୟକ୍ଷତାରେ ବସିଥିବା ପ୍ରାକ୍ ବଜେଟ ବୈଠକରେ ଏସବୁ ପ୍ରସ୍ତାବ ରଖିଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ମାଝୀ ।