ଦିଲ୍ଲୀରେ ମେଡିକାଲ ଭିତରେ ଡାକ୍ତରଙ୍କୁ ଗୁଳି କରି ହତ୍ୟା । ଡ୍ରେସିଂ କରିବା ବାହାନାରେ ଆସିଥିଲେ ଦୁଇ ନାବାଳକ

Advertisment

ସିସିଟିଭି ଆଧାରରେ ପୋଲିସ ଅଭିଯୁକ୍ତଙ୍କୁ ଚିହ୍ନଟ କରିବାକୁ ଉଦ୍ୟମ କରୁଛି । ପୋଲିସର ସୂଚନା ଅନୁସାରେ ଦୁଇ ଜଣ ନାବାଳକ । ଏମାନଙ୍କ ବୟସ ୧୬ରୁ ୧୭ ବର୍ଷ ହେବ । ହସ୍ପିଟାଲ ଭିତରେ ପଶି ଡାକ୍ତରଙ୍କୁ ଗୁଳି କରି ହତ୍ୟାକୁ ନେଇ ପୂରା ଅଞ୍ଚଳରେ ଆତଙ୍କ ଖେଳି ଯାଇଛି ।

ସିସିଟିଭି ଆଧାରରେ ପୋଲିସ ଅଭିଯୁକ୍ତଙ୍କୁ ଚିହ୍ନଟ କରିବାକୁ ଉଦ୍ୟମ କରୁଛି । ପୋଲିସର ସୂଚନା ଅନୁସାରେ ଦୁଇ ଜଣ ନାବାଳକ । ଏମାନଙ୍କ ବୟସ ୧୬ରୁ ୧୭ ବର୍ଷ ହେବ । ହସ୍ପିଟାଲ ଭିତରେ ପଶି ଡାକ୍ତରଙ୍କୁ ଗୁଳି କରି ହତ୍ୟାକୁ ନେଇ ପୂରା ଅଞ୍ଚଳରେ ଆତଙ୍କ ଖେଳି ଯାଇଛି ।

tgtrtgrtc

କନକ ବ୍ୟୁରୋ : ଦିଲ୍ଲୀରେ ହସ୍ପିଟାଲରେ ଡାକ୍ତରଙ୍କୁ ହତ୍ୟା । ଡ୍ରେସିଂ କରିବା ବାହାନାରେ ଆସି ଗୁଳିମାଡ଼ କଲେ ଦୁଇ ଜଣ ଦୁର୍ବୃତ୍ତ । ଦିଲ୍ଲୀର କାଳନ୍ଦୀକୁଞ୍ଜ ଅଞ୍ଚଳରେ ଥିବା ନୀମା ହସ୍ପିଟାଲରେ ଏହି ହତ୍ୟାକାଣ୍ଡ ଘଟିଛି । ଗୁଡ଼ିମାଡ଼ର କାରଣ ଜଣାପଡ଼ିନଥିବା ବେଳେ ପୋଲିସ ଘଟଣାର ତଦନ୍ତ କରୁଛି । ସିସିଟିଭି ଆଧାରରେ ପୋଲିସ ଅଭିଯୁକ୍ତଙ୍କୁ ଚିହ୍ନଟ କରିବାକୁ ଉଦ୍ୟମ କରୁଛି । ପୋଲିସର ସୂଚନା ଅନୁସାରେ ଦୁଇ ଜଣ ନାବାଳକ । ଏମାନଙ୍କ ବୟସ ୧୬ରୁ ୧୭ ବର୍ଷ ହେବ । ହସ୍ପିଟାଲ ଭିତରେ ପଶି ଡାକ୍ତରଙ୍କୁ ଗୁଳି କରି ହତ୍ୟାକୁ ନେଇ ପୂରା ଅଞ୍ଚଳରେ ଆତଙ୍କ ଖେଳି ଯାଇଛି । ମୃତ ଡାକ୍ତରଙ୍କ ନାଁ ଜାବେଦ । ଡାକ୍ତରଖାନା କର୍ମଚାରୀଙ୍କ କହିବା ଅନୁସାରେ ଦୁଇ ଜଣ ନାବାଳକ  ଡାକ୍ତରଖାନାକୁ ଆସିଥିଲେ । ଆଘତ ଲାଗିଛି ବୋଲି କହିଥିଲେ। ପ୍ରଥମେ ସେମାନଙ୍କର ଡ୍ରେସିଂ କରାଯାଇଥିଲା । ଏହା ପରେ ସେ କହିଥିଲେ ଯେ ତାଙ୍କୁ ଡାକ୍ତରଙ୍କୁ ଦେଖାଇବାକୁ ପଡିବ। ଦୁହେଁ ଡାକ୍ତରଙ୍କ କ୍ୟାବିନରେ ପହଞ୍ଚିବା ପରେ ସେମାନେ ତାଙ୍କ ଉପରକୁ ଗୁଳିମାଡ଼ କରିଥିଲେ। ଏହା ପରେ ଘଟଣାସ୍ଥଳରୁ ଉଭୟ ଫେରାର ହୋଇଯାଇଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe