କନକ ବ୍ୟୁରୋ : ଦିଲ୍ଲୀରେ ହସ୍ପିଟାଲରେ ଡାକ୍ତରଙ୍କୁ ହତ୍ୟା । ଡ୍ରେସିଂ କରିବା ବାହାନାରେ ଆସି ଗୁଳିମାଡ଼ କଲେ ଦୁଇ ଜଣ ଦୁର୍ବୃତ୍ତ । ଦିଲ୍ଲୀର କାଳନ୍ଦୀକୁଞ୍ଜ ଅଞ୍ଚଳରେ ଥିବା ନୀମା ହସ୍ପିଟାଲରେ ଏହି ହତ୍ୟାକାଣ୍ଡ ଘଟିଛି । ଗୁଡ଼ିମାଡ଼ର କାରଣ ଜଣାପଡ଼ିନଥିବା ବେଳେ ପୋଲିସ ଘଟଣାର ତଦନ୍ତ କରୁଛି । ସିସିଟିଭି ଆଧାରରେ ପୋଲିସ ଅଭିଯୁକ୍ତଙ୍କୁ ଚିହ୍ନଟ କରିବାକୁ ଉଦ୍ୟମ କରୁଛି । ପୋଲିସର ସୂଚନା ଅନୁସାରେ ଦୁଇ ଜଣ ନାବାଳକ । ଏମାନଙ୍କ ବୟସ ୧୬ରୁ ୧୭ ବର୍ଷ ହେବ । ହସ୍ପିଟାଲ ଭିତରେ ପଶି ଡାକ୍ତରଙ୍କୁ ଗୁଳି କରି ହତ୍ୟାକୁ ନେଇ ପୂରା ଅଞ୍ଚଳରେ ଆତଙ୍କ ଖେଳି ଯାଇଛି । ମୃତ ଡାକ୍ତରଙ୍କ ନାଁ ଜାବେଦ । ଡାକ୍ତରଖାନା କର୍ମଚାରୀଙ୍କ କହିବା ଅନୁସାରେ ଦୁଇ ଜଣ ନାବାଳକ ଡାକ୍ତରଖାନାକୁ ଆସିଥିଲେ । ଆଘତ ଲାଗିଛି ବୋଲି କହିଥିଲେ। ପ୍ରଥମେ ସେମାନଙ୍କର ଡ୍ରେସିଂ କରାଯାଇଥିଲା । ଏହା ପରେ ସେ କହିଥିଲେ ଯେ ତାଙ୍କୁ ଡାକ୍ତରଙ୍କୁ ଦେଖାଇବାକୁ ପଡିବ। ଦୁହେଁ ଡାକ୍ତରଙ୍କ କ୍ୟାବିନରେ ପହଞ୍ଚିବା ପରେ ସେମାନେ ତାଙ୍କ ଉପରକୁ ଗୁଳିମାଡ଼ କରିଥିଲେ। ଏହା ପରେ ଘଟଣାସ୍ଥଳରୁ ଉଭୟ ଫେରାର ହୋଇଯାଇଛନ୍ତି।
ଦିଲ୍ଲୀରେ ମେଡିକାଲ ଭିତରେ ଡାକ୍ତରଙ୍କୁ ଗୁଳି କରି ହତ୍ୟା । ଡ୍ରେସିଂ କରିବା ବାହାନାରେ ଆସିଥିଲେ ଦୁଇ ନାବାଳକ
ସିସିଟିଭି ଆଧାରରେ ପୋଲିସ ଅଭିଯୁକ୍ତଙ୍କୁ ଚିହ୍ନଟ କରିବାକୁ ଉଦ୍ୟମ କରୁଛି । ପୋଲିସର ସୂଚନା ଅନୁସାରେ ଦୁଇ ଜଣ ନାବାଳକ । ଏମାନଙ୍କ ବୟସ ୧୬ରୁ ୧୭ ବର୍ଷ ହେବ । ହସ୍ପିଟାଲ ଭିତରେ ପଶି ଡାକ୍ତରଙ୍କୁ ଗୁଳି କରି ହତ୍ୟାକୁ ନେଇ ପୂରା ଅଞ୍ଚଳରେ ଆତଙ୍କ ଖେଳି ଯାଇଛି ।
/kanak/media/media_files/cTuM3PPgrDSO6OXnJs9f.jpg)
Advertisment
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)