ଦେବଗଡ ଯୁକ୍ତ ୨ ପରୀକ୍ଷାରେ ବ୍ୟାପକ ଅବ୍ୟବସ୍ଥା । ମୁକୁଳା ହୋଇପଡିଛି ସୁରକ୍ଷା ବ୍ୟବସ୍ଥା, ଗଳାବାଟ ଦେଇ ଯୋଗାଇ ଦିଆଯାଉଛି କପି

ପରୀକ୍ଷା କେନ୍ଦ୍ରରେ ନିଜସ୍ୱ ଅନୁଷ୍ଠାନର ୪ ଜଣ ଛାତ୍ରଛାତ୍ରୀ ଓ ରିଆମାଳ ବ୍ଲକ ନୂଆପଡା ପଂଚାୟତ ଲଳିତା ଅନନ୍ତ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟର ୬୦ ଜଣ ଛାତ୍ର ଛାତ୍ରୀ ପରୀକ୍ଷା ଦେଉଥିବା ବେଳେ ପରୀକ୍ଷା  କେନ୍ଦ୍ରରେ ପରୀକ୍ଷା ପରିଚାଳନା ସୁରକ୍ଷା ବ୍ୟବସ୍ଥା ମୁକୁଳା ଥିବା ଅଂଚଳବାସୀ ଅଭିଯୋଗ କରିଛନ୍ତି ।

gsfhdf

hgfsgsfdg Photograph: (sgfdsfdg)

କନକ ବ୍ୟୁରୋ : ଯୁକ୍ତ-୨ ପରୀକ୍ଷାରେ ବ୍ୟାପକ ଅବ୍ୟବସ୍ଥା । ଏଭଳି ଚିତ୍ର  ଦେଖିବାକୁ ମିଳିଛି ଦେବଗଡ ଜିଲ୍ଲା ତିଲେଇବଣୀ ବ୍ଲକ କଂସର ଏକଲବ୍ୟ ପଂଚାୟତ ସମିତି ଉଚ୍ଚ ମାଧ୍ୟମିକ ବିଦ୍ୟାଳୟରେ। ପରୀକ୍ଷା କେନ୍ଦ୍ରରେ ନିଜସ୍ୱ ଅନୁଷ୍ଠାନର ୪ ଜଣ ଛାତ୍ରଛାତ୍ରୀ ଓ ରିଆମାଳ ବ୍ଲକ ନୂଆପଡା ପଂଚାୟତ ଲଳିତା ଅନନ୍ତ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟର ୬୦ ଜଣ ଛାତ୍ର ଛାତ୍ରୀ ପରୀକ୍ଷା ଦେଉଥିବା ବେଳେ ପରୀକ୍ଷା  କେନ୍ଦ୍ରରେ ପରୀକ୍ଷା ପରିଚାଳନା ସୁରକ୍ଷା ବ୍ୟବସ୍ଥା ମୁକୁଳା ଥିବା ଅଂଚଳବାସୀ ଅଭିଯୋଗ କରିଛନ୍ତି । ପରୀକ୍ଷା କେନ୍ଦ୍ର ସମ୍ମୁଖରେ ଭାଗରେ ସ୍ଥାନୀୟ ପୁଲିସର ୨ ଜଣ ଗୃହରକ୍ଷୀଙ୍କୁ ସୁରକ୍ଷା ଦାଇତ୍ୱରେ ନିୟୋଜିତ କରାଯାଇଥିବା ବେଳେ ଦିନ ୧୨ଟାରେ ସୁରକ୍ଷା ଦେବା ପରିବର୍ତେ ସୁରକ୍ଷା କର୍ମୀ ଗଭୀର ନିଦ୍ରାରେ ଶୋଇଥିବା ଦେଖିବାକୁ ମିଳିଛି । ସେହିପରି ପରୀକ୍ଷା କେନ୍ଦ୍ର ପଛ ପଟେ ଝରକା ଓ ଗଳା ବାଟ ଦେଇ ହଲରେ ପରୀକ୍ଷା ଦେଉଥିବା ପରୀକ୍ଷାର୍ଥୀଙ୍କୁ ପ୍ରଶ୍ନ ଉତ୍ତର ଯୋଗାଇ ଦିଆଯାଉଥିବା ଦେଖିବାକୁ ମିଳିଛି । ଅନ୍ୟ ପକ୍ଷରେ ପରିଚାଳନା ପାଇଁ ନିଯୁକ୍ତ କେନ୍ଦ୍ର ସୁପରିଟେଣ୍ଡେଂଟ ସହ ଗୁପ୍ତ ବୁଝାମଣା ଆଧାରରେ ଉକ୍ତ କେନ୍ଦ୍ରକୁ ପରୀକ୍ଷା ଦେବାପାଇଁ ଆସୁଥିବା ଅନ୍ୟ ବିଦ୍ୟାଳୟ ସହ ଅର୍ଥ କାରବାର ହୋଇଥିବା ଅଭିଯୋଗ ହୋଇଛି । 

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe