କନକ ବ୍ୟୁରୋ : ବାଉନ ବଜାର ତେପନ ଗଳିର ସହର ହେଉଛି କଟକ। ଯେଉଁଠି କି ସକାଳ ପାଖରୁ ଆରମ୍ଭ କରି ରାତି ପର୍ଯ୍ୟନ୍ତ ହଜାର ହଜାର ଲୋକ ଯାତାୟତ କରନ୍ତି। ଏଥିପାଇଁ ସହର ଭିତରେ ଗଡୁଛି ମୋ ବସ। କଟକ ବସଷ୍ଟପର ଅବସ୍ଥା ଦେଖିଲେ ଲାଗୁଛି କିପରି ରହିଛି ବ୍ୟବସ୍ଥା..ବସଷ୍ଟପ କଥା ଛାଡନ୍ତୁ ଏଠାରେ ଯାତ୍ରୀଙ୍କ ପାଇଁ ପିଇବା ପାଣିର ବ୍ୟବସ୍ଥା ନାହିଁ। ଯାହା ଫଳରେ ଲୋକମାନେ ନାହିଁ ନଥିବା ଅସୁବିଧାର ସମ୍ମୁଖୀନ ହେଉଛନ୍ତି।
କଟକ ସହର ଭିତରେ ଏକାଧିକ ଛୋଟ ଛୋଟ ବସ ଷ୍ଟପ୍ ରହିଛି। ଏହି ବସ୍ ଷ୍ଟପ୍ ଗୁଡ଼ିକରେ ପ୍ରାୟତଃ ସବୁ ସମୟରେ ଲୋକମାନଙ୍କ ଗହଳି ଦେଖିବାକୁ ମିଳେ । କଟକରୁ ଭୁବନେଶ୍ୱର ଯିବା ହେଉ କିମ୍ବା କଟକ ସହର ଭିତରେ ଗୋଟିଏ ଜାଗାରୁ ଅନ୍ୟ ଜାଗାକୁ ଯିବା ପାଇଁ ଲୋକମାନେ ପ୍ରଥମ ସାହାରା ହେଉଛି ମୋ ବସ୍। ଯେଉଁଥିପାଇଁ ସବୁ ସମୟରେ ମୋ ବସଷ୍ଟପରେ ଲୋକମାନଙ୍କ ଗହଳି। ହେଲେ ଏଠି ଯାତ୍ରୀ ମାନଙ୍କ ପାଇଁ ପଇବା ପାଣିର କୌଣସି ବ୍ୟବସ୍ଥା ନାହିଁ। ତେବେ ମେୟର କହିଛନ୍ତି ଆମେ କିଛି ଜାଗାରେ ସ୍ମାର୍ଟ ବସଷ୍ଟପ କରିଛୁ, ଆଉ ଯେଉଁ ପୁରୁଣା ବସଷ୍ଟପ ଗୁଡିକ ଅଛି ସେଗୁଡିକ ଶ୍ରିଘ୍ର ତିଆରି କରାଯିବା ସହ ପିଇବା ପାଣିର ବ୍ୟବସ୍ଥା କରାଯିବ।
ଆଗକୁ ଖରା ଦିନ ଆସୁଛି। ରାଜ୍ୟରେ ଯେମିତି ଧିରେ ଧିରେ ତାପମାତ୍ରା ବଢିବା ରେ ଲାଗିଛି। ଯଦି ଏବେ ପାଖରୁ କୌଣସି ପଦକ୍ଷେପ ଗ୍ରହଣ କରା ନ ଯିବ ତେବେ ଆଗକୁ ଯାତ୍ରୀ ମାନେ ବହୁତ ହଇରାଣ ହେବେ। ମାଳମାଳ ବସଗଡିଲେ କ'ଣ ହେବ। ଯେଉଁଠି ଯାତ୍ରୀ ମାନଙ୍କ ପାଇଁ ଟିକେ ପିଇବା ପାଣି ନାହିଁ , ସେଠାରେ ଯେତେ ଯାହା ଉନ୍ନତି କରିଲେ ଲାଭ କ'ଣ ହେବ ସାଧାରଣ ରେ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି।