Vending Zone__ Photograph: (KanakNews)
କନକ ବ୍ୟୁରୋ: କଟକରେ ଉଠାଦୋକାନୀଙ୍କ ଥଇଥାନ ପାଇଁ ଭେଣ୍ଡିଂ ଜୋନ ତିଆରି ହେଲା । କିନ୍ତୁ କାମରେ ଆସୁନି । ବଜାରଠାରୁ ଦୂର ହୋଇଥିବାରୁ ଉଠାଦୋକାନୀ ପୂର୍ବ ସ୍ଥାନରେ ବେପାର ଚଳାଇଛନ୍ତି । ସିଏମସି ପ୍ରତିଶ୍ରୁତି ମୁତାବକ କାମ କରିନଥିବାରୁ ଉଠାଦୋକାନୀ କି ସହର ସମସ୍ୟା କମିବା ବଦଳରେ ବଢ଼ିବାରେ ଲାଗିଛି।
କଟକରେ ଉଚ୍ଛେଦ ଉଠାଦୋକାନୀଙ୍କ ପାଇଁ କୋଟିକୋଟି ଟଙ୍କାରେ ମହାନଗର ନିଗମ ପକ୍ଷରୁ ଭେଣ୍ତିଂ ଜୋନ୍ ନିର୍ମାଣ କରାଯାଇଛି । କିନ୍ତୁ ଏହା ବଜାରଠାରୁ ଦୂର ହୋଇଥିବାରୁ ଉଠାଦୋକାନୀ ଯିବାକୁ ରାଜି ହେଉନାହାନ୍ତି । ଉଚ୍ଛେଦ ସ୍ଥାନରେ ହିଁ ବ୍ୟବସାୟ ଚାଲିଛି । କୋଟିକୋଟି ଟଙ୍କା ଖର୍ଚ୍ଚରେ ନିର୍ମିତ ଭେଣ୍ଡିଂ ଜୋନ କାମରେ ଆସୁନି । ବିଭିନ୍ନ ସମୟରେ ପ୍ରତିବାଦ କରାଯାଇଥିବା ବେଳେ ଆଗକୁ ବଡ଼ ଆନ୍ଦୋଳନ କରାଯିବ ବୋଲି ଉଠାଦୋକାନୀ ମହାସଂଘ ଚେତାବନୀ ଦେଇଛି ।
ମହାନଗର ନିଗମ କାର୍ଯ୍ୟାଳୟ ଆଗରେ ଭେଣ୍ଡିଂ ଜୋନ ପାଇଁ ସିଏମସି ପ୍ରତିଶ୍ରୁତି ଦେଇଥିଲା। କିନ୍ତୁ ପ୍ରତିଶ୍ରୁତି ପାଣିର ଗାର ଭଳି ହୋଇଥିବା ଉଠାଦୋକାନୀ କହିଛନ୍ତି। ଅନ୍ୟତ୍ର ନିର୍ମିତ ଭେଣ୍ଡିଂ ଜୋନକୁ ଉଠା ଦୋକାନୀ ଯାଉନଥିବାରୁ ମହାନଗର ନିଗମ ପକ୍ଷରୁ ଭେଣ୍ଡିଂ ଜୋନ ନିର୍ମାଣ ପାଇଁ ଖର୍ଚ୍ଚ ହୋଇଥିବା ଅର୍ଥ ପାଣିରେ ପଡ଼ିଲା ଭଳି ହୋଇଛି । କଟକ ମହାନଗର ନିଗମ କମିଶନର କହିଛନ୍ତି, ଆବଶ୍ୟକ ମୁତାବକ ଭେଣ୍ଡିଂ ଜୋନ ପାଇଁ ସହରରେ ଆଉ ଖାଲିସ୍ଥାନ ନାହିଁ । ଜୀବନଜୀବିକା ପାଇଁ ରାସ୍ତାକଡ଼ରେ ବସୁଥିବା ଉଠାଦୋକାନୀଙ୍କ ସମସ୍ୟା ବୁଝିବ କିଏ?
Follow Us