କନକ ବ୍ୟୁରୋ : ମୁମ୍ବାଇର ଭିଲେ ପାର୍ଲେ ପୂର୍ବରେ ଥିବା ୯୦ ବର୍ଷର ପାର୍ଶ୍ୱନାଥ ଦିଗମ୍ବର ଜୈନ ମନ୍ଦିରକୁ ବୃହଦମୁମ୍ବାଇ ମହାନଗରପାଳିକା ଦ୍ବାରା ଭଙ୍ଗାଯାଇଛି । ଯାହାକୁ ନେଇ ଜୈନ ସମୁଦାୟରେ ତୀବ୍ର ଅସନ୍ତୋଷ ଦେଖାଦେଇଛି । ଏହାକୁ ମୁମ୍ବାଇର ବିଭିନ୍ନ ସ୍ଥାନରେ ଜୋରଦାର ବିକ୍ଷୋଭ ପ୍ରଦର୍ଶନ କରାଯାଇଛି । ଜୈନ ସମାଜ ଅଭିଯୋଗ କରିଛନ୍ତି ଯେ ଭଙ୍ଗାରୁଜା ଜବରଦସ୍ତ ହୋଇଥିଲା ଏବଂ ପବିତ୍ର ମୂର୍ତି ଓ ଧର୍ମଗ୍ରନ୍ଥଗୁଡ଼ିକୁ ସୁରକ୍ଷିତ ରଖିବା ପାଇଁ ସମୟ ଦିଆଯାଇନଥିଲା ।
   
ମନ୍ଦିର ଭଙ୍ଗାଯିବାକୁ ନେଇ ଉତ୍ତେଜନା ଲାଗିରହିଥିବା ବେଳେ,  ବିଏମ୍‌ସି କହିଛି, ମନ୍ଦିରଟି ଅନଧିକୃତ ଭାବେ ଖେଳପଡ଼ିଆ ଜମିରେ ଥିଲା ଏବଂ କୋର୍ଟ ଆଦେଶରେ ଭଙ୍ଗାଯାଇଛି। ଏପଟେ ଜୈନ ସମାଜ ଓ ବିଶ୍ୱ ହିନ୍ଦୁ ପରିଷଦ ମିଶି “ଅହିଂସା ରାଲି” କରି ମନ୍ଦିର ପୁନଃନିର୍ମାଣ ଓ ବିଏମ୍‌ସି ଅଧିକାରୀଙ୍କ ନିଲମ୍ବନ ଦାବି କରିଛନ୍ତି। ଏକ ହୋଟେଲ ମାଲିକଙ୍କ ଚାପରେ ଏହା କରାଯାଇଥିବା ଅଭିଯୋଗ ହୋଇଛି । 

Advertisment

ସ୍ଥିତି ନିୟନ୍ତ୍ରଣ କରିବା ପାଇଁ ପୁଲିସ ମୁତୟନ କରାଯାଇଛି । ସେପଟେ ଘଟଣାରେ ବମ୍ବେ ହାଇକୋର୍ଟ ଅଧିକ ଭଙ୍ଗାରୁଜା ଉପରେ ଅସ୍ଥାୟୀ ରୋକ ଲଗାଇଛନ୍ତି। କିନ୍ତୁ ଜୈନ ସମାଜ ନ୍ୟାୟ ଓ ମନ୍ଦିର ପୁନଃନିର୍ମାଣ ପାଇଁ ଅଡି ବସିଛନ୍ତି ।