କନକ ବ୍ୟୁରୋ : ଶୀତ ରାତିରେ ରାଜରାସ୍ତାରେ ଘଟୁଥିବା ଦୁର୍ଘଟଣା ରୋକିବାକୁ ରାଜ୍ୟ ପରିବହନ ପ୍ରାଧିକରଣ ବା ଏସଟିଏର ନିଆରା ପଦକ୍ଷେପ । ଗାଡ଼ି ଚାଳକଙ୍କୁ ସତେଜ ରଖିବାକୁ ମାଗଣାରେ ଚାହା ବାଣ୍ଟୁଛି ବିଭାଗ । ରାତି ୩ରୁ ଭୋର ୬ଟା ପର୍ଯ୍ୟନ୍ତ ରାଜପଥ କଡ଼ରେ ଗାଡ଼ି ଚାଳକଙ୍କୁ ମାଗଣାରେ ଚା ବାଣ୍ଟୁଛି ଏସଟିଏ । ସ୍ଥାନୀୟ ସ୍ବେଚ୍ଛାସେବୀଙ୍କ ସହାୟତାରେ ଡ୍ରାଇଭରଙ୍କୁ ଚା ବାଣ୍ଟୁଛି ରାଜ୍ୟ ପରିବହନ ବିଭାଗ। ରାସ୍ତାକଡ଼ ଢ଼ାବା, ଟୋଲ୍‌ ଗେଟ୍ ଭଳି ସ୍ଥାନରେ କାଉଣ୍ଟର ଖୋଲି ଚା ଦିଆଯାଉିଛି। ଦୂରରୁ ଆସୁଥିବା ବସ୍‌, ଟ୍ରକ୍‌, ଟ୍ୟାକ୍ସିର ଡ୍ରାଇଭରଙ୍କୁ ମାଗଣାରେ ଚା ବଣ୍ଟା ଯାଉଛି । ଏନେଇ ବିଭାଗ ପକ୍ଷରୁ ଏକ ବିଜ୍ଞପ୍ତି ଜାରି କରାଯାଇ ସୂଚନା ଦିଆଯାଇଛି। ଶୀତ ରାତିରେ ରାଜରାସ୍ତାରେ ଦୁର୍ଘଟଣାକୁ କମ୍‌ କରିବା ପାଇଁ ଏଭଳି ପଦକ୍ଷେପ ନିଆଯାଇଛି। ଘନ କୁହୁଡ଼ି ହେଉ ବା ନିଦୁଆ ଆଖି ଅବା ପଥ ସମ୍ମୋହନ ପାଇଁ ଅନେକ ସମୟରେ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟୁଛି। ପ୍ରାୟ ବିଳମ୍ବିତ ରାତି କିମ୍ବା ଭୋର ସମୟରେ ଦୁର୍ଘଟଣାର ଖବର ଆସୁଛି। ଏହି ସବୁ ଦୁର୍ଘଟଣାକୁ କିଭଳି କମ୍‌ କରାଯାଇ ପାରିବ ସେଦିଗରେ ନିଆଯାଇଛି ଏଭଳି ପଦକ୍ଷେପ ।