କନକ ବ୍ୟୁରୋ : ଛତିଶଗଡ଼ରେ ପୁଣି ଏନକାଉଣ୍ଟର। ସହିଦ ଯବାନଙ୍କ ପ୍ରତିଶୋଧ ନେଲେ ସାଥୀ ଯବାନ । ସୁକମା ଏବଂ ବିଜାପୁର ସୀମାନ୍ତ ଜଙ୍ଗଲରେ କମ୍ବିଂ ଅପରେସନ ବେଳେ ଏହି ସଫଳତା ମିଳିଛି । ଡିଆରଜି, ଏସଟିଫ ଓ କୋବ୍ରା ବାହୀନି ମିଳିତ ଅପରେସନ କରୁଥିବା ସମୟରେ ମାଓବାଦୀଙ୍କ ସହ ଗୁଳି ବିନିମୟ ହୋଇଥିଲା । ଏଥିରେ ୩ ଜଣ ମାଓବାଦୀଙ୍କ ମୃତ୍ୟୁ ହୋଇଛି । ୩ ଦିନ ତଳେ ଏହି ଅଞ୍ଚଳରେ ମାଓବାଦୀମାନେ ଆଇଇଡି ବିସ୍ଫୋରଣ ଘଟାଇଥିଲେ। ଯେଉଁଥିରେ ୮ ଜଣ ଯବାନ ସହିଦ ହୋଇଥିଲେ। ଏହା ପରେ ସୁରକ୍ଷାକର୍ମୀଙ୍କ ପକ୍ଷରୁ କୋମ୍ବିଂ ଅପରେସନକୁ ଜୋରଦାର କରାଯାଇଥିଲା। ଜଙ୍ଗଲରେ ୨୦ରୁ ଅଧିକ ମାଓବାଦୀ ଲୁଚିଥିବା ଜଣାପଡ଼ିବା ପରେ ଯବାନମାନେ ଚାରିପଟୁ ମାଓବାଦୀଙ୍କୁ ଘେରି ଯାଇଥିଲେ । ଏହା ପରେ ୪ ଘଣ୍ଟା ଧରି ଉଭୟଙ୍କ ମଧ୍ୟରେ ଗୁଳିବିନିମୟ ଘଟିଥିଲା। ଏଥିରେ ୩ ଜଣ ମାଓବାଦୀ ନିପାତ ହୋଇଥିବା ଜଣାପଡ଼ିଛି ।