କନକ ବ୍ୟୁରୋ : ମାଆ ଦୁର୍ଗାଙ୍କ ନବରାତ୍ର ପୂଜାକୁ ନେଇ ଗାଁ ଠୁ ସହର ସବୁଠି ଚଳଚଞ୍ଚଳ । ନବରାତ୍ର ପୂଜାକୁ କିଛି ନିଆରା ଢ଼ଙ୍ଗରେ ମା'ଙ୍କ ପୂଜାକୁ ପାଳନ କରିଛନ୍ତି ସହରର ତେଲୁଗୁ ସମ୍ପ୍ରଦାୟର ଲୋକେ । ମା'ଙ୍କୁ ନିଜ ଘରେ ସ୍ଥାପନ କରି ସୁନ୍ଦର ଲୁଗାରେ ସଜ୍ଜିତ କରିବା ସହିତ ଅଳଙ୍କାରରେ ମା'ଙ୍କୁ ଆଭୂଷଣ କରିଥାନ୍ତି । ଏହା ସହିତ ଘରେ ରହିଥିବା ଛୋଟ ବଡ଼ ଠାରୁ ଆରମ୍ଭ କରି ମାଟି ସୁନା ସବୁ ପ୍ରକାରର ୫୦୦ କଣ୍ଢେଇକୁ ଏକତ୍ରିତ କରି ଏକ କୋଠରୀରେ ରଖିଥାନ୍ତି । ଏହାପରେ ମା'ଙ୍କୁ ଆରାଧନା କରିଥାନ୍ତି । ତେଲୁଗୁ ସମ୍ପ୍ରଦାୟର ଏହି ପୂଜାକୁ ବୋମାଲା କୋଲୁଭୁ ପୂଜା ବୋଲି କହିଥାନ୍ତି ।  କିଛି ମହିଳା ଏକତ୍ରିତ ହୋଇ ଗୋଟିଏ ଘରେ ଏଭଳି ମା'ଙ୍କୁ ପୂଜାର୍ଚ୍ଚନା କରିଥାନ୍ତି । ମାଆଙ୍କ ଏଭଳି ନିଆରା ପୂଜା ଦେଖିବାକୁ ସ୍ଥାନୀୟ ଲୋକଙ୍କ ଭିଡ଼ ଜମିଥାଏ ।