ଆନ୍ଦୋଳନରେ ଅତିଥି ଅଧ୍ୟାପକ: ବ୍ରହ୍ମପୁର ଆଇଟିଆଇରେ ଅଚଳାବସ୍ଥା, ହୋଇପାରୁନି ସଠିକ୍ ପାଠପଢ଼ା କି ପ୍ରକ୍ଟିକାଲ

Advertisment

ବ୍ରହ୍ମପୁର ଆଇଟିଆଇ ପାଠପଢ଼ାରେ ଅଚଳାବସ୍ଥା। ହାତଗଣତି ଅଧ୍ୟାପକଙ୍କୁ ନେଇ ଚାଲିଛି ପାଠପଢ଼ା। ଆଇଟିଆଇର ଅତିଥି ଅଧ୍ୟାପକଙ୍କ ଆନ୍ଦୋଳନ ପାଇଁ ଏପରି ପରିସ୍ଥିତି ଉପୁଜିଛି। ସେପଟେ ଆଉ କିଛି ଦିନ ପରେ ପରୀକ୍ଷା। ପାଠପଢ଼ା ନଥିବାରୁ ପରୀକ୍ଷା ପ୍ରଭାବିତ ହେବାର ଚିନ୍ତାରେ ଛାତ୍ରଛାତ୍ରୀ।

ବ୍ରହ୍ମପୁର ଆଇଟିଆଇ ପାଠପଢ଼ାରେ ଅଚଳାବସ୍ଥା। ହାତଗଣତି ଅଧ୍ୟାପକଙ୍କୁ ନେଇ ଚାଲିଛି ପାଠପଢ଼ା। ଆଇଟିଆଇର ଅତିଥି ଅଧ୍ୟାପକଙ୍କ ଆନ୍ଦୋଳନ ପାଇଁ ଏପରି ପରିସ୍ଥିତି ଉପୁଜିଛି। ସେପଟେ ଆଉ କିଛି ଦିନ ପରେ ପରୀକ୍ଷା। ପାଠପଢ଼ା ନଥିବାରୁ ପରୀକ୍ଷା ପ୍ରଭାବିତ ହେବାର ଚିନ୍ତାରେ ଛାତ୍ରଛାତ୍ରୀ।

WDW

କନକ ବ୍ୟୁରୋ: ବ୍ରହ୍ମପୁର ଆଇଟିଆଇ ପାଠପଢ଼ାରେ ଅଚଳାବସ୍ଥା। ହାତଗଣତି ଅଧ୍ୟାପକଙ୍କୁ ନେଇ ଚାଲିଛି ପାଠପଢ଼ା। ଆଇଟିଆଇର ଅତିଥି ଅଧ୍ୟାପକଙ୍କ ଆନ୍ଦୋଳନ ପାଇଁ ଏପରି ପରିସ୍ଥିତି ଉପୁଜିଛି। ସେପଟେ ଆଉ କିଛି ଦିନ ପରେ ପରୀକ୍ଷା। ପାଠପଢ଼ା ନଥିବାରୁ ପରୀକ୍ଷା ପ୍ରଭାବିତ ହେବାର ଚିନ୍ତାରେ ଛାତ୍ରଛାତ୍ରୀ।

ବ୍ରହ୍ମପୁର ଆଇଟିଆଇରେ ୨୭ଟି ବିଭାଗରେ ପାଠ ପଢୁଛନ୍ତି ୩୫ଶହରୁ ଅଧିକ ଛାତ୍ରଛାତ୍ରୀ। ଏମାନଙ୍କୁ  ପାଠ ପଢ଼ାଉଛନ୍ତି ୭୯ ଜଣ ଅଧ୍ୟାପକ। ବର୍ତମାନ ଅତିଥି ଅଧ୍ୟାପକଙ୍କ ଆନ୍ଦୋଳନ ଯୋଗୁଁ ୩୦ଜଣ ସ୍ଥାୟୀ ଅଧ୍ୟାପକଙ୍କ ଭରସାରେ ପାଠପଢ଼ା। ପୂର୍ବରୁ ପ୍ରତି ବିଷୟକୁ ଜଣେ ଲେଖାଏଁ ଅଧ୍ୟାପକ ଥିଲେ। ଏବେ ଗୋଟିଏ ବିଭାଗରେ ଅଛନ୍ତି ଦୁଇ ଜଣ ଅଧ୍ୟାପକ। ଏପରି ସ୍ଥିତିରେ  ଛାତ୍ରଛାତ୍ରୀ କେବଳ ଉପସ୍ଥାନ ପାଇଁ କଲେଜ ଆସୁଛନ୍ତି, ପାଠ ନପଢି ଫେରିଯିବାକୁ ବାଧ୍ୟ ହେଉଛନ୍ତି।

ସରକାରଙ୍କ ନିୟମ ଅନୁସାରେ ବ୍ରହ୍ମପୁର ଆଇଟିଆଇ କଲେଜରେ ୧୦୦ ଜଣ ଅଧ୍ୟାପକ ଆବଶ୍ୟକ। କିନ୍ତୁ ଦୀର୍ଘ ୧୫ ବର୍ଷ ହେବ ୭୯ଜଣ ଅତିଥି ଅଧ୍ୟାପକଙ୍କୁ ନେଇ ଚାଲଛି ଆଇଟିଆଇ ପାଠପଢ଼ା। ଅତିଥି ଅଧ୍ୟାପକଙ୍କ ଅନୁପସ୍ଥିତରେ ଅଚଳ ହୋଇଯାଇଛି। ପାଠପଢ଼ାରେ ଅନେକ ସମସ୍ୟା ସୃଷ୍ଟି ହେଉଛି। ଛାତ୍ରଛାତ୍ରୀ ପ୍ରାକ୍ଟିକାଲ କରିପାରୁନଥିବା ସ୍ବୀକାର କରିଛନ୍ତି ଆଇଟିଆଇ କଲେଜ ଅଧ୍ୟକ୍ଷ। 

ସରକାର ଅତିଥି ଅଧ୍ୟାପକଙ୍କ ଦାବି କେବେ ଶୁଣିବେ? କେବେ ଅଧ୍ୟାପକ କଲେଜକୁ ଫରିବେ? ଏମିତି ଅନେକ ପ୍ରଶ୍ନକୁ ନେଇ ଚିନ୍ତାରେ ପଡ଼ିଛନ୍ତି ଛାତ୍ରଛାତ୍ରୀ। 

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe