କନକ ବ୍ୟୁରୋ: ବ୍ରହ୍ମପୁର ରାଜରାସ୍ତାରେ ଆତଙ୍କ । ରାସ୍ତାରେ ଅଟକାଇ, ମାରଣାସ୍ତ୍ର ଦେଖାଇ, ଧମକାଇ ଟଙ୍କା ମାଗୁଛନ୍ତି ଦୁର୍ବୃତ୍ତ । କହୁଛନ୍ତି, ଯାହା ଧରିଛ ଦିଅ ନଚେତ ଖଣ୍ଡା ଚୋଟ ଖାଇବ। ବିଚ୍ ରାସ୍ତାରେ ଖୁଲମ୍ଖୁଲା ଖଣ୍ଡା ଧରି ବୁଲୁଛନ୍ତି ଦୁର୍ବୃତ୍ତ ମାନେ। ସିସିଟିଭି କ୍ୟାମେରାରେ ଟଙ୍କା ମାଗିବାର ଭିଡିଓ କଏଦ ହୋଇଛି । ଏଘଟଣାଟି ଗତକାଲି ରାତି ୧୧ଟା ବେଳେ ଘଟିଛି ।
ବ୍ରହ୍ମପୁର ସୁବାରାଓ ଛକ ନିକଟସ୍ଥ ଖ୍ରୀଷ୍ଟିଆନ ସାହିରେ ଥିବା ଏକ ଲଜ୍ ସମ୍ମୁଖର ଏ ଚିତ୍ର ଯାହା କ୍ୟାମେରାରେ କଏଦ୍ ହୋଇଥିଲା । ୩ଜଣ ଦୁର୍ବୃତ୍ତ ଗୋଟିଏ ସ୍କୁଟିରେ ଖଣ୍ଡା ଧରି ଆସି ସେହି ରାସ୍ତା ଦେଇ ଯାଉଥିବା ଦୁଇ ଯୁବକଙ୍କୁ ଅଟକାଇଥିଲେ । ଯୁବକ ଜଣଙ୍କ ଟଙ୍କା ଦେବାକୁ ମନା କରିବାରୁ ଜଣେ ଦୁର୍ବୁତ୍ତ ସଂପୃକ୍ତ ଯୁବକଙ୍କୁ ଖଣ୍ଡା ଦେଖାଇ ଧମକ ଦେଉଥିବା ଜଣାପଡୁଛି। ପରେ ଦୁଇ ଜଣ ଦୁର୍ବୁତ୍ତ ବାଇକ୍ ରେ ଆସୁଥିବା ଯୁବକ ଦୁହିଁଙ୍କୁ ଖଣ୍ଡା ଦେଖାଇ ଟଙ୍କା ମାଗିଥିଲେ । ଏହାପରେ ଦୁର୍ବୁତ୍ତମାନେ ଦୁଇ ଯୁବକକୁ ମାରପିଟ କରିଲେ । ଯାହାର ଭିଡ଼ିଓ ସୋସିଆଲ ମିଡ଼ିଆରେ ଭାରାଇଲ ହେବାରେ ଲାଗିଛି । ଆଜି ସକାଳେ ଘଟଣାକୁ ନେଇ ଶ୍ରୀକାନ୍ତ ଟାଉନ ଥାନାରେ ଅଭିଯୋଗ କରିଥିବା ଜଣାପଡ଼ିଛି ।
ଆହୁରି ପଢନ୍ତୁ :ସରକାର ଯାହାର ବି ହେଉ, ଉପ-ମୁଖ୍ୟମନ୍ତ୍ରୀ ଅଜିତ୍ ପାଓ୍ୱାର
Follow Us