କନକ ବ୍ୟୁରୋ : ବିହାର ବିଧାନସଭା ନିର୍ବାଚନ ପାଇଁ ଚଳଚଞ୍ଚଳ ରାଜନୀତି । ଆରମ୍ଭ ହେଲାଣି ଜୋରଦାର ପ୍ରଚାର । ଏହି କ୍ରମରେ ଆଜି ମୋତିହାରୀରେ ପହଁଚି ବିଶାଳ ଜନସଭାକକୁ ସମ୍ବୋଧିତ କରିଛନ୍ତି ପ୍ରଧାନମନ୍ତ୍ରୀ ମୋଦୀ । ରାଜ୍ୟକୁ ବିଭିନ୍ନ ପରିଯୋଜନା ଭେଟି ଦେବା ସହ ମୋଦୀ ଏକଥାର ଦୃଡୋକ୍ତି ପ୍ରକାଶ କରିଛନ୍ତି ଏଥରକ ପୁଣି ରାଜ୍ୟରେ ସରକାର ଗଢ଼ିବ ଏନଡିଏ ମେଣ୍ଟ । ସେପଟେ ପଶ୍ଚିମବଙ୍ଗ ସଭାରେ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀଙ୍କୁ ମଧ୍ୟ ବିଭିନ୍ନ ପ୍ରସଙ୍ଗରେ ଟାର୍ଗେଟ କରିଛନ୍ତି ପ୍ରଧାନମନ୍ତ୍ରୀ ।