କନକ ବ୍ୟୁରୋ :  ସ୍ଥଳପଥରେ ଭିତରକନିକା ଯିବାକୁ ହେଲେ ଏକମାତ୍ର ରାସ୍ତା ଅଛି। ରାଜନଗରରୁ ଡାଙ୍ଗମାଳ ଭାୟା ନଳିତାପାଟିଆ ଦେଇ ପର୍ୟ୍ୟଟକ ଜାତୀୟ ଉଦ୍ୟାନକୁ ଆସିଥାନ୍ତି । ୯ କିମି ରାସ୍ତାର ପ୍ରଶସ୍ତିକରଣ ପାଇଁ ୯ କୋଟି ୯୦ ଲକ୍ଷ ବ୍ୟୟ ବରାଦ ହୋଇଛି । କାମ ୨୦୨୨ ଅକ୍ଟୋବର ୧୪ରୁ ଚାଲିଛି । ୧୩ ଅଗଷ୍ଟ ୨୦୨୩ ସୁଦ୍ଧା ସାରିବାକୁ ଠିକାଦାର ସହ ଚୁକ୍ତି ହୋଇଥିଲା । ୧୧ ମାସ ତଳୁ ନିର୍ମାଣ ଅବଧି ସରିଲାଣି । ଏଯାଏଁ ୫ଶହ ମିଟର ରାସ୍ତା କାମ ସରିନି । କେଉଁଠି ରାସ୍ତାକାମ ଅଧପନ୍ତରିଆ ହୋଇ ପଡି ରହିଛି ତ ଆଉ କେଉଁଠି ଆଦୌ ହୋଇନି । ଫଳରେ ସ୍ଥାନୀୟ ବାସିନ୍ଦାଙ୍କ ସମେତ ପର୍ୟ୍ୟଟକ ନାହିଁ ନଥିବା ଅସୁବିଧାର ସମ୍ମୁଖିନ ହେଉଛନ୍ତି । 

Advertisment

 ଭିତରକନିକାର ସୌନ୍ଦର୍ୟ୍ୟ ପର୍ୟ୍ୟଟକଙ୍କୁ ବିମୋହିତ କରେ । ୩ ମାସ ବନ୍ଦ ରହିବା ପରେ ଅଗଷ୍ଟ ୧ରୁ ପର୍ୟ୍ୟଟକଙ୍କ ପାଇଁ ଜାତୀୟ ଉଦ୍ୟାନ ଖୋଲିଛି । ଭିତରକନିକାକୁ ବୁଲି ଆସୁଥିବା ପର୍ୟ୍ୟଟକ ରାସ୍ତା ଦୁଃରବସ୍ଥା ଦେଖି ନକରାତ୍ମକ ଭାବନା ନେଇ ଫେରୁଛନ୍ତି । ଠିକାଦାର ମନଇଚ୍ଛା କାମ କରୁଥିବାରୁ ରାସ୍ତା ପ୍ରଶସ୍ତିକରଣ କାମ କେବେ ସରିବ ବୋଲି ପ୍ରଶ୍ନ ଉଠିଛି । ପର୍ୟ୍ୟଟକ ନିରାସ ହେଉଛନ୍ତି । ଅନ୍ୟପଟେ ଏନେଇ କ୍ୟାମେରା ସାମ୍ନାରେ ପ୍ରତିକ୍ରିୟା ରଖିବାକୁ ଅମଙ୍ଗ ରାଜନଗର ପୁର୍ତବିଭାଗର ସରକାରୀ ନିର୍ବାହୀ ଯନ୍ତ୍ରୀ ।