କନକ ବ୍ୟୁରୋ : ଭୀମସାରରେ ରାଗିଂ ଅଭିଯୋଗ। ଜଣେ ଦ୍ବିତୀୟ ବର୍ଷର ଛାତ୍ରଙ୍କୁ ତୃତୀୟ ବର୍ଷର କିଛି ଜଣ ଛାତ୍ର ରାଗିଂ କରିଥିବା ଅଭିଯୋଗ ହୋଇଛି। ଏନେଇ ରାଗିଂର ଶିକାର ହୋଇଥିବା ଛାତ୍ରଙ୍କ ମା’ ଅଧ୍ୟକ୍ଷଙ୍କ ପାଖରେ ମୌଖିକ ଅଭିଯୋଗ କରିଛନ୍ତି। ଘଟଣାକୁ ନେଇ ଆଣ୍ଟିଂ ରାଗିଂ ସେଲର ବୈଠକ ହୋଇଥିବା ସୂଚନା ହୋଇଛି। ଅନ୍ୟପଟେ ଆଣ୍ଟିଂ ରାଗିଂ ସେଲ୍ ବୈଠକ ପରେ ସବ କମିଟି ଗଠନ ହୋଇ କାଯ୍ୟାନୁଷ୍ଟାନ ପାଇଁ ସୁପାରିଶ ହୋଇଛି। ସୂଚନା ଅନୁସାରେ ଦ୍ବିତୀୟ ବର୍ଷର ଛାତ୍ର ହଷ୍ଚେଲରେ ଥିବାବେଳେ କିଛି ଜଣ ତୃତୀୟ ବର୍ଷର ଛାତ୍ର ପହଂଚି ତାଙ୍କୁ ଚିହ୍ନିଛ କି ବୋଲି ପଚାରିଥିଲେ।  ଦ୍ବିତୀୟ ବର୍ଷର ଛାତ୍ର ଜଣକ ମନା କରିବା ପରେ ମାଡ ମାରିବା ସହ ସହ ଗାଲି ଗୁଳଜ କରିଥିଲେ। ଫଳରେ ଛାତ୍ର ଜଣକ ପରିବାରରେ ଜଣାଇବା ପରେ ତାଙ୍କ ମାଁ ମୌଖିକ ଅଭିଯୋଗ କରିଛନ୍ତି।