କନକ ବ୍ୟୁରୋ : ଚାନ୍ଦବାଲିରେ କୋଇଲା ମାଫିଆଙ୍କ ଦୌରାତ୍ମ୍ୟ। ଚୋରା କୋଇଲା ଚାଲାଣକୁ ବିରୋଧ କରି ପୋଲିସକୁ ଖବର ଦେବାରୁ ଯୁବକଙ୍କୁ ପିଟି ପିଟି ହତ୍ୟା। ଏମିତି ଏକ ଅଭାବନୀୟ ଘଟଣା ଘଟିଛି ଚାନ୍ଦବାଲି ପୀରହାଟ ଥାନା ନରେନ୍ଦ୍ରପୁର ପଞ୍ଚାୟତ ଅନ୍ତର୍ଗତ ଛତ୍ରପଦା ଗ୍ରାମରେ । ଗ୍ରାମର ଅବନି ନାୟକ ଅନେକ ସମୟରେ ଧାମରା ରେଳପଥରୁ ହେଉଥିବା କୋଇଲା ଚୋରୀକୁ ବିରୋଧ କରୁଥିଲେ। ଗତକାଲି ବିଳମ୍ବିତ ରାତିରେ ୩୦ରୁ ଅଧିକ କୋଇଲା ବୋଝେଇ ପିକଅପ୍‌ ଭ୍ୟାନ ତାଙ୍କ ଘରବାଟ ଦେଇ ଯାଉଥିବା ସମୟରେ ସେ ଏହାକୁ ବିରୋଧ କରିବା ସହ  ପୋଲିସକୁ ଖବର ଦେଇଥିଲେ। ଯାହାକୁ ନେଇ ୭ଜଣ କୋଇଲା ମାଫିଆଙ୍କ ସହ ଧସ୍ତାଧସ୍ତିରେ ଅବନିଙ୍କ ମୃତ୍ୟୁ ଘଟିଛି। ମାଫିଆ ମାନେ ଅବନିଙ୍କୁ ମାରି ଘର ଭିତରେ ପୁରାଇ ବାହରପଟୁ କବାଟ ବନ୍ଦ କରି ଚାଲିଯାଇଛନ୍ତି। ତେବେ ଘଟଣାସ୍ଥଳରେ ପୀରହାଟ ପୋଲିସ ପହଞ୍ଚି ତଦନ୍ତ ଆରମ୍ଭ କରିଛି।