କନକ ବ୍ୟୁରୋ : ବ୍ରହ୍ମପୁରରେ ଜଘନ୍ୟ କାଣ୍ଡ। ଘରେ ପଶି ଦମ୍ପତିଙ୍କୁ ମରଣାନ୍ତକ ଆକ୍ରମଣ। ବେକ କାଟିବାକୁ ଦୁର୍ବୃତଙ୍କ ଉଦ୍ୟମ। ବ୍ରହ୍ମପୁର ବଡ଼ବଜାର ଥାନା ଗୌଡ଼ ସାହିରେ ସୁନା ବ୍ୟବସାୟୀ ସତୀଶ କୁମାର ସୁବୁଦ୍ଧି ଓ ତାଙ୍କ ପତ୍ନୀ ଗୁରୁତର ହୋଇଛନ୍ତି। ଏମକେସିଜିରେ ଚିକିତ୍ସା ଜାରି ରହିଛି। ସୁନା ବ୍ୟବସାୟୀ ଓ ତାଙ୍କ ପତ୍ନୀଙ୍କୁ ଛୁରା ମାଡ଼ କରିଛନ୍ତି ଦୁବୃର୍ତ୍ତ। ସତୀଶଙ୍କ ଘରେ ପଶି ତାଙ୍କୁ ଓ ତାଙ୍କ ପତ୍ନୀଙ୍କୁ ମାରଣାସ୍ତ୍ରରେ ଆକ୍ରମଣ କରିଛନ୍ତି ଦୁବୃର୍ତ୍ତ। ଆକ୍ରମଣର କାରଣ ଅସ୍ପଷ୍ଟ ରହିଛି। ବଡ଼ବଜାର ଥାନା ପୋଲିସର ତଦନ୍ତ ଆରମ୍ଭ କରିଛି।

Advertisment