କନକ ବ୍ୟୁରୋ : ବ୍ୟାଙ୍କ ସ୍ଲିପ ରେ ଚଞ୍ଚକତା କରିବା ପ୍ରଧାନ ଶିକ୍ଷକ ଙ୍କୁ ପଡିଲା ମହଙ୍ଗା । ଜିଲ୍ଲା ଓ ବ୍ଲକ ଶିକ୍ଷାଧିକାରୀ ଙ୍କ ତଦନ୍ତ ପରେ ନିଲମ୍ବନ ହେଲେ ବୌଦ୍ଧ ଜିଲ୍ଲା ଚାରିଛକ ଉଚ୍ଚ ପ୍ରାଥମିକ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ନିର୍ମଳ ରଣା । ମୋ ସ୍କୁଲ ଯୋଜନା ର ବ୍ୟାଙ୍କ ସ୍ଲିପ ରେ ୫ ହଜାର କୁ ୫୦ ହଜାର ଦର୍ଶାଇ କରିଥିଲେ ସରକାରୀ ଅର୍ଥ ହରିଲୁଟ । ଘଟଣା ର ତଦନ୍ତ ବେଳେ ସତ ମାନିଲେ ପ୍ରଧାନ ଶିକ୍ଷକ । ପ୍ରଧାନ ଶିକ୍ଷକ ଙ୍କୁ ଜିଲ୍ଲା ଶିକ୍ଷାଅଧିକାରୀ ଙ୍କ ନିର୍ଦ୍ଦେଶ କ୍ରମେ ନିଲମ୍ବନ କରିଛନ୍ତି ହରଭଙ୍ଗା ବ୍ଲକ ଶିକ୍ଷାଧିକାରୀ । ସୂଚନା ମୁତାବକ ଚାରିଛକ ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟର ମୋ ସ୍କୁଲ ଯୋଜନା ରେ ପୁରୁତନ ଛାତ୍ରଛାତ୍ରୀ ଙ୍କ ନିକଟରୁ ୫୦ହଜାର ଟଙ୍କା ଆଦାୟ କରାଯାଇଥିଲା । ଏହି ଟଙ୍କା କୁ ଚାରିଛକ ଝଈଓ ବ୍ୟାଙ୍କ ଜମା ଖାତା ରେ ୫୦ହଜାର ଟଙ୍କା ଜମା ପାଇଁ ନିଷ୍ପତ୍ତି ହେଇଥିଲା । କିନ୍ତୁ ପ୍ରଧାନ ଶିକ୍ଷକ ଶିକ୍ଷକ ଜଣକ ଆଉ ବ୍ୟାଙ୍କ ରେ ୫୦ହଜାର ଟଙ୍କା ଜମା କରିନଥିଲେ । ଗତ ବର୍ଷ ଫେବୃୟାରୀ ୧୬ ତାରିଖ ଦିନ ଉକ୍ତ ଜମା ଖାତାରେ ଥରେ ୫ହଜାର ଟଙ୍କା ଜମା କରିଥିଲେ। ତେବେ ପ୍ରଧାନ ଶିକ୍ଷକ ନିର୍ମଳ ରଣା ବ୍ୟାଙ୍କରେ ଡିପୋଜିଟ ହୋଇଥିବା ୫ହଜାର ଟଙ୍କାର ସ୍ଲିପକୁ ଚଞ୍ଚକତା କରି ୫୦ହଜାର ଟଙ୍କା ଦର୍ଶାଇ ଗୋଷ୍ଠୀ ଶିକ୍ଷାଧିକାରୀଙ୍କ ଜରୀଆରେ ସ୍କୁଲ ଓ ଗଣଶିକ୍ଷା ବିଭାଗକୁ ମୋ ସ୍କୁଲ ଯୋଜନାରେ ଏହାର ଦ୍ୱି ଗୁଣା ଅର୍ଥାତ ୧ଲକ୍ଷ ଟଙ୍କା ଅର୍ଥ ଅନୁମୋଦନ ପାଇଁ ପଠାଇଥିଲେ । ଅନ୍ୟପଟେ ଶିକ୍ଷା ବିଭାଗ ପକ୍ଷରୁ ବ୍ୟାଙ୍କ ଜମା ଖାତା ଚେକ ନକରି ସେହି ଆକାଉଣ୍ଟ କୁ ଗତବର୍ଷ ମାର୍ଚ୍ଚ ମାସ ୩ତାରିଖ ରେ ୧ଲକ୍ଷ ଟଙ୍କା ପ୍ରଦାନ କରିଥିଲେ । ଅନ୍ୟପଟେ ମୋ ସ୍କୁଲ ଜମାଖାତାରେ ଗୋଟିଏ ଥର ବି ୫୦ହଜାର ଟଙ୍କା ଜମା ହୋଇନଥିବା ବ୍ୟାଙ୍କ ଷ୍ଟେଟମେଂଟ ଏବଂ ବ୍ୟାଙ୍କ କତୃପକ୍ଷ ସ୍ପଷ୍ଟ କରିଛନ୍ତି । ମାତ୍ର ଟଙ୍କା ଜମା ନ କରି କିଭଳି ଚାରିଛକ ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟର ମୋ-ସ୍କୁଲ ବ୍ୟାଙ୍କ ଜମାଖାତାକୁ ଏକ ଲକ୍ଷଟଙ୍କା ଆସିଲା ତାକୁ ନେଇ ସନ୍ଦେହ ସୃଷ୍ଟି ହୋଇଥଲା। ପରବର୍ତ୍ତୀ ସମୟରେ ଏହି ଏକ ଲକ୍ଷ ଟଙ୍କା କୁ ମୋ ସ୍କୁଲ ସଭାପତି ଙ୍କ ଚେକ ରେ ଦସ୍ତଖତ ନକଲ କରିବା ସହ ସଭ୍ୟ ସଭ୍ୟା ମାନଙ୍କ ନକଲି ଦସ୍ତଖତ କରି ବ୍ୟାଙ୍କ ରୁ ଚେକ ଜରିଆରେ ଟଙ୍କା ଉଠଣା କରି ପ୍ରଧାନ ଶିକ୍ଷକ ଅର୍ଥ ହରିଲୁଟ କରୁଥିବା ବେଳେ ସମସ୍ତ ଅର୍ଥ ତାଙ୍କ ସମ୍ପର୍କୀୟ ଙ୍କ ଜମା ଖାତା କୁ ଟ୍ରାନ୍ସଫର ହୋଇଥିବା ଜଣାପଡିଥିଲା । ଏହା ଜଣା ପଡିବା ପରେ ମୋ ସ୍କୁଲ କମିଟି ବ୍ଲକ ଶିକ୍ଷା ଅଧିକାରୀ ଙ୍କ ନିକଟରେ ଅଭିଯୋଗ କରିଥିଲେ । ଅଭିଯୋଗ ପାଇବା ପରେ ଜିଲ୍ଲା ଓ ବ୍ଲକ ଶିକ୍ଷା ଅଧିକାରୀ ମିଳିତ ତଦନ୍ତ ଆରମ୍ଭ କରିଥିଲେ । ଏ ସମ୍ପର୍କିତ ତଦନ୍ତ ରିପୋର୍ଟ ବୌଦ୍ଧ ଜିଲ୍ଲାଶିକ୍ଷାଧିକାରୀଙ୍କୁ ଦାଖଲ ପରେ ଜିଲ୍ଲା ଶିକ୍ଷାଧିକାରୀ ଦୁର୍ନୀତିଗ୍ରସ୍ତ ପ୍ରଧାନ ଶିକ୍ଷକଙ୍କ ବିରୁଦ୍ଧରେ ଶୃଙ୍ଖଳାଗତ କାର୍ୟ୍ୟାନୁଷ୍ଠାନ ପାଇଁ ବିଇଓ ନିର୍ଦେଶ ଦେଇଥିଲେ। ତାଙ୍କ ନିର୍ଦେଶକ୍ରମେ ବ୍ଲକ ଗୋଷ୍ଠୀ ଶିକ୍ଷାଧିକାରୀ ପ୍ରଧାନ ଶିକ୍ଷକ ରଣା ଙ୍କୁ ଚାକିରୀରୁ ନୀଲମ୍ବନ କରିଥିବା ଜଣାପଡିଛି। ଏହା ସହିତ ବାମଣ୍ଡା ୟୁ.ଜି.ଏଚ. ଏସକୁ ତାଙ୍କର ହେଡ଼କ୍ୱାର୍ଟର ଫିକ୍ସ କରାଯାଇଛି ଏବଂ ବିନା ଅନୁମତିରେ ମୁଖ୍ୟାଳୟ ନଛାଡ଼ିବାକୁ ପତ୍ରରେ ଦର୍ଶଯାଇଛି। ଜିଲ୍ଲା ଶିକ୍ଷା ବିଭାଗ ପକ୍ଷରୁ ଏଭଳି କାର୍ୟ୍ୟାନୁଷ୍ଠାନ ଦୁର୍ନୀତିଗ୍ରସ୍ତ ଶିକ୍ଷକଙ୍କ ମଧ୍ୟରେ କୋକୁଆ ଭୟ ସୃଷ୍ଟି କରିଛି। ଅନ୍ୟପଟେ ଆଗାମୀ ଦିନ ଏ ଭଳି ଦୁର୍ନୀତି ହେବ ନାହିଁ ଯେପରି ସେଥିପ୍ରତି ଦୃଟି ଦେବା ସହ ସମସ୍ତ ସ୍କୁଲ ର ମୋ ସ୍କୁଲ ଯୋଜନା ର ଅର୍ଥ ର ତଦନ୍ତ କରାଯାଉଛି ବୋଲି ଜିଲ୍ଲାଶିକ୍ଷା ଅଧିକାରୀ କହିଛନ୍ତି ।
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
{{#pages}}
{{/pages}}
Follow Us