ବାଂଲାଦେଶରେ ଉଗ୍ର ହେଉଛି କଠୋର ଇସଲାମିକ ନିୟମ । ମହିଳାଙ୍କ ଫୁଟବଲ ଖେଳ ଉପରେ ରୋକ୍ ଲଗାଇବାକୁ ଦାବି

Advertisment

ବାଂଲାଦେଶରେ ଝିଅମାନେ ଫୁଟବଲ ଖେଳିବାକୁ ବିରୋଧ କରିଥିଲେ। ସିଧାସଳଖ କଠୋରପନ୍ଥୀ ମାନେ କହିଥିଲେ ଝିଅମାନେ ବାଂଲାଦେଶରେ ଖେଳିପାରିବେ ନାହିଁ। ସେମାନେ କେବଳ ଘରର ଚାରି କାନ୍ଥ ଭିତରେ ରହିବା ଭଲ। ବିରୋଧ କରୁଥିବା ସମସ୍ତେ ମଦ୍ରାସାର ଛାତ୍ର ଥିଲେ। ତଥାକଥିତ ନୋବେଲ ଶାନ୍ତି ପୁରସ୍କାର ବିଜେତା ମହମ୍ମଦ ୟୁନୁସଙ୍କ ନେତୃତ୍ୱରେ ବାଂଲାଦେଶ ଏବେ ମୌଳବାଦର ଜାଲରେ ଏତେ ମାତ୍ରାରେ ଫସିଯାଇଛନ୍ତି ଯେ ଏହା ଧୀରେ ଧୀରେ ପାକିସ୍ତାନ ଠାରୁ ଖରାପ ଆଡକୁ ଗତି କରୁଛି । ବିକ୍ଷୋଭରେ ଅଂଶଗ୍ରହଣ କରିଥିବା  ମଦ୍ରାସାର ପ୍ରଧାନ ଶିକ୍ଷକ ଅବୁ ବକର ସିଦ୍ଦିକି କହିଛନ୍ତି, ଝିଅମାନଙ୍କ ପାଇଁ ଫୁଟବଲ୍ ଖେଳିବା ଅଣ-ଇସଲାମିକ।

31 bangladesh

31 bangladesh Photograph: (31 bangladesh)

କନକ ବ୍ୟୁରୋ : ପାକିସ୍ତାନ ରାସ୍ତାରେ ବାଂଲାଦେଶ। ବାଂଲାଦେଶରେ ୟୁନୁସ୍ ସରକାରଙ୍କ ଏକଛତ୍ରବାଦ ଶାସନର ବଡ ଉଦାହରଣ। ବାଂଲାଦେଶରେ ଝିଅମାନେ ଆଗକୁ ଆଉ ଫୁଟବଲ ଖେଳି ପାରିବେନାହିଁ। ଜୟପୁରହାଟ ସହରରେ  ବାଳିକା ଫୁଟବଲ ମ୍ୟାଚ୍ ଅନୁଷ୍ଠିତ ହୋଇଥିଲା। ମ୍ୟାଚ୍ ପୂର୍ବରୁ ମଦ୍ରାସାର ଛାତ୍ରମାନେ ଆସି ହୋହଲ୍ଲା କରିଥିଲେ,ଏପରିକି ଭଙ୍ଗାରୁଜା ମଧ୍ୟ କରିଥିଲେ । ବାଂଲାଦେଶରେ ଝିଅମାନେ ଫୁଟବଲ ଖେଳିବାକୁ ବିରୋଧ କରିଥିଲେ। ସିଧାସଳଖ କଠୋରପନ୍ଥୀ ମାନେ କହିଥିଲେ ଝିଅମାନେ ବାଂଲାଦେଶରେ ଖେଳିପାରିବେ ନାହିଁ। ସେମାନେ କେବଳ ଘରର ଚାରି କାନ୍ଥ ଭିତରେ ରହିବା ଭଲ। ବିରୋଧ କରୁଥିବା ସମସ୍ତେ ମଦ୍ରାସାର ଛାତ୍ର ଥିଲେ। ତଥାକଥିତ ନୋବେଲ ଶାନ୍ତି ପୁରସ୍କାର ବିଜେତା ମହମ୍ମଦ ୟୁନୁସଙ୍କ ନେତୃତ୍ୱରେ ବାଂଲାଦେଶ ଏବେ ମୌଳବାଦର ଜାଲରେ ଏତେ ମାତ୍ରାରେ ଫସିଯାଇଛନ୍ତି ଯେ ଏହା ଧୀରେ ଧୀରେ ପାକିସ୍ତାନ ଠାରୁ ଖରାପ ଆଡକୁ ଗତି କରୁଛି । ବିକ୍ଷୋଭରେ ଅଂଶଗ୍ରହଣ କରିଥିବା  ମଦ୍ରାସାର ପ୍ରଧାନ ଶିକ୍ଷକ ଅବୁ ବକର ସିଦ୍ଦିକି କହିଛନ୍ତି, ଝିଅମାନଙ୍କ ପାଇଁ ଫୁଟବଲ୍ ଖେଳିବା ଅଣ-ଇସଲାମିକ। ଆମ ବିଶ୍ୱାସ ବିରୁଦ୍ଧରେ ହେଉଥିବା କୌଣସି ଜିନିଷକୁ ବନ୍ଦ କରିବା ଆମର ଧାର୍ମିକ ଦାୟିତ୍ୱ। ଘଟଣାକୁ ବାଂଲାଦେଶ ଫୁଟବଲ୍ ମହାସଂଘ ବା ବିଏଫ୍ଏଫ୍ ଏହାକୁ ନିନ୍ଦା କରୁଛି ଏବଂ ମହିଳାମାନଙ୍କୁ କ୍ରୀଡ଼ାରେ ଅଂଶଗ୍ରହଣ କରିବାର ଅଧିକାର ଉପରେ ଗୁରୁତ୍ୱରୋପ କରିଛି।ବିଏଫ୍ଏଫ୍ ମିଡିଆ ମ୍ୟାନେଜର ସଦ୍ମାନ ସାକିବ୍ ଏକ ବିବୃତ୍ତିରେ କହିଛନ୍ତି, ଫୁଟବଲ୍ ସମସ୍ତଙ୍କ ପାଇଁ ଏବଂ ମହିଳାଙ୍କ ଅଂଶଗ୍ରହଣ କରିବାର ସମ୍ପୂର୍ଣ୍ଣ ଅଧିକାର ରହିଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe