କନକ ବ୍ୟୁରୋ : ବାଂଲାଦେଶରେ ଲଗାତାର ମନ୍ଦିର ଓ ହିନ୍ଦୁ ଅଳ୍ପସଂଖ୍ୟକଙ୍କ ଉପରେ ଆକ୍ରମଣ ଚାଲିଛି । ଏଥିରୁ ବାଦେ ପଡିନି ଇସ୍କନ । ତେବେ ଆକ୍ରମଣ ଘଟଣାକୁ ନେଇ ସଫେଇ ରଖିଛନ୍ତି ଅନ୍ତରୀଣ ୟୁନୁସ ସରକାର । ମିଳିତ ଜାତିସଂଘରେ ବାଂଲାଦେଶ କହିଛି  କୌଣସି ହିନ୍ଦୁଙ୍କ ଉପରେ ଆକ୍ରମଣ କରାଯାଇନି । ଢ଼ାକାରେ ଜଣେ ହିନ୍ଦୁ ନେତାଙ୍କ ଉପରେ ଆକ୍ରମଣ ଘଟଣାକୁ ନେଇ ୟୁଏନ ପ୍ରଶ୍ନ ଊଠାଇଥଲା । ସେପଟେ ଇସ୍କନ ବାଂଲାଦେଶ ମୁଖ୍ୟ ଚିନ୍ମୟ କୃଷ୍ଣ ଦାସଙ୍କ ଗିରଫ ପରେ ଆଉ ଦୁଇ ଜଣେ ଇସ୍କନ ସନ୍ଥଙ୍କୁ ଗିରଫ କରାଯିବା ପରେ ଘଟଣା ବିବାଦକୁ ବଢ଼ାଇଛି । ଅନ୍ୟପଟେ ଚିନ୍ମୟ ସଦାସଙ୍କ ସଚିବ ନିଖୋଜ ଥିବା ମଧ୍ୟ ଜଣାପଡିଛି । ବାଂଲାଦେଶରେ ଅଳଳ୍ପସଂଖ୍ୟକଙ୍କ ଉପରେ ଅତ୍ୟାଚାର ବଢ଼ୁଥିବାବେଳେ ଭାରତରେ ରାଜନୀତି ଜୋର ଧରିଛି ।

Advertisment

ସେପଟେ ଢ଼ାକାରେ ଜଣେ ମହିଳା ସାମ୍ବାଦିକଙ୍କୁ ଭାରତର ଗୁଇନ୍ଦାଗିରି କରୁଥିବା ଅଭିଯୋଗରେ ଦୁବ୍ୟବହାର କରିବା ସହ କିଛି ସମୟ ପାଇଁ ତାଙ୍କୁ ବନ୍ଧକ ରଖିଥିବା ଅଭିଯୋଗ ହୋଇଛି । ସୂଚନା ଅନୁସାରେ ସାମ୍ବାଦିକଙ୍କ କାରକୁ ପ୍ରଥମେ ପିଛ. କରିବା ପରେ ହଠାତ ତାଙ୍କୁ ରୋକିଥିଲେ କିଛି ଯୁବକ । ପରେ ଯୁକ୍ତିତର୍କ, ଦୁବ୍ୟବହାର ପରେ ବନ୍ଧକ ବନାଇଥିବା ଅଭିଯୋଗ ହୋଇଛି । ସାମ୍ବାଦିକ ଜଣକ ବାଂଲାଦେଶର ଜଣେ ଜଣାଶୁଣା ଚେହେରା ଓ ତାଙ୍କ ଉପରେ ଭାରତର ଗୁଇନ୍ଦା ଗିରି କରୁଥିବା ଓ ପୂର୍ବତନ ପ୍ରଧାନମନ୍ତ୍ରୀ ଖେଶ ହସିନାଙ୍କ ସମର୍ଥକ କହି ବିରୋଧ କରାଯାଇଥିଲା । ଘଟଣାସ୍ଥଳରେ ପୁଲିସ ପହଁଚି ତାଙ୍କୁ ଉଦ୍ଧାର କରିଥିଲା।