କନକ ବ୍ୟୁରୋ : ବାଲେଶ୍ୱର ପୌରପାଳିକା ୪ ନଂ ୱାର୍ଡ଼ର ପଠାଣ ମହଲା ବାଳିକା ପ୍ରାଥମିକ ବିଦ୍ୟାଳୟ । ଭଙ୍ଗାରୁଜା ଘରେ ବିପଦସଙ୍କୁଳ ଅବସ୍ଥାରେ ପିଲା ପଢୁଥିବା ବେଳେ ଏହାର ବିରୋଧ କରିଚନ୍ତି ଅଭିଭାବକ ମାନେ । ବହୁବାର ସମସ୍ୟା ନେଇ ଜଣାଥିଲେ ବି କୌଣସି ସମାଧାନ ହେଲାନି । ଯାହାର ପ୍ରତିବାଦ କରିବା ସହ ଫାଟକରେ ପକେଇ ରାସ୍ତାରେ ବସିଲେ ଛାତ୍ରଛାତ୍ରୀ ଓ ଅଭିଭାବକ ମାନେ । ପୁର୍ବତନ ବିଧାୟକ ସ୍ୱରୂପ ଦାସ ବିଧାୟକ ପାଣ୍ଠିରୁ ୩ ଲକ୍ଷ ଟଙ୍କା ବିଦ୍ୟାଳୟ ର ଉନ୍ନତିକରଣ ପାଇଁ ପ୍ରଦାନ କରିଥିଲେ । ୱାର୍କ ଅର୍ଡର ମଧ୍ୟ ବାହାରିଲା ପରେ ବି କାମ ହେଉନାହିଁ । ଯାହା ଫଳରେ ବିପଦପୁର୍ଣ୍ଣ ଅବସ୍ତାରେ ରହିଛି ଏହି ବିଦ୍ୟାଳୟ । ବର୍ଷା ହେଲେ ଶ୍ରେଣୀଗୃହରେ ପାଣି ପଶିଯାଉଛି । ଛାତବି ଭାଙ୍ଗି ରୁଜି ଗଲାଣି । କେତେବେଳେ ଯେ ଅଘଟଣ ଘଟିବ ତାହା କହି.ହେବନି । ଏହିସବୁ ସମସ୍ୟାକୁ ନେଇ ଛାତ୍ରଛାତ୍ରୀଙ୍କ ଅଭିଭାବକ ମାନେ ଆଜି ବିଦ୍ୟାଳୟ ଫାଟକରେ ତାଲା ପକେଇବା ସହ ସମସ୍ୟାର ଯଦି ସମାଧାନ ନ ହୁଏ ଆନ୍ଦୋଳନ କରିବେ ବୋଲି କହିଛନ୍ତି ।
ବିପଦସଂକୁଳ ଅବସ୍ଥାରେ ବାଲେଶ୍ୱର ପଠାଣ ମହଲା ବାଳିକା ବିଦ୍ୟାଳୟ କୋଠା । ଉପରୁ ଖସୁଛି କଂକ୍ରିଟ, ତଳେ ପଢୁଛନ୍ତି ପିଲା
ଭଙ୍ଗାରୁଜା ଘରେ ବିପଦସଙ୍କୁଳ ଅବସ୍ଥାରେ ପିଲା ପଢୁଥିବା ବେଳେ ଏହାର ବିରୋଧ କରିଚନ୍ତି ଅଭିଭାବକ ମାନେ । ବହୁବାର ସମସ୍ୟା ନେଇ ଜଣାଥିଲେ ବି କୌଣସି ସମାଧାନ ହେଲାନି । ଯାହାର ପ୍ରତିବାଦ କରିବା ସହ ଫାଟକରେ ପକେଇ ରାସ୍ତାରେ ବସିଲେ ଛାତ୍ରଛାତ୍ରୀ ଓ ଅଭିଭାବକ ମାନେ ।