ବାଲେଶ୍ୱର ଭୋଗରାଇର ବିଭିନ୍ନ ମନ୍ଦିରରୁ ସିରିଜ ଲୁଟ୍ । ତାଲା ଭାଙ୍ଗି ଠାକୁରଙ୍କ ସୁନା ଅଳଙ୍କାର ନେଇଗଲେ ଚୋର, ପୁଲିସ କରୁଛି ତନାଘନା

ଜଲସୋହରିଆ ପଂଚାୟତର ଝକଝକି ଶୀତଳା ଓ କାଳୀ ମନ୍ଦିର ସହ ବେଣୁଦା ଗ୍ରାମର ଜଗନ୍ନାଥ ମନ୍ଦିରରୁ ଲକ୍ଷାଧିକ ଟଙ୍କାର ଅଳଙ୍କାର ଓ ଆସବାବପତ୍ର ଲୁଟ ହୋଇଛି । ଚନ୍ଦନେଶ୍ୱର ୫୭ ନମ୍ବର ରାଜ୍ୟ ରାଜପଥକୁ ଲାଗିଥିବା  ବେଣୁଦା ଗ୍ରାମର ଜଗନ୍ନାଥ ମନ୍ଦିର ଓ ଝକଝକି ଗ୍ରାମର ଶୀତଳା  ଓ କାଳୀ ମନ୍ଦିର ତାଲା ଭାଙ୍ଗି ଲକ୍ଷାଧିକ ଟଙ୍କାର ସୁନା ରୁପା ଲୁଟ ହୋଇଛି  ।

Kþqòþþþþþ

କନକ ବ୍ୟୁରୋ : ପୁଣି ବାଲେଶ୍ବର ଭୋଗରାଇର ବିଭିନ୍ନ ମନ୍ଦିରରୁ ସିରିଜ ଲୁଟ । ବିଳମ୍ବିତ ରାତିରେ ତାଲା ଭାଙ୍ଗି ଲକ୍ଷାଧିକ ଟଙ୍କାର ସୁନା ଅଳଙ୍କାର ସହ ଠାକୁରଙ୍କ ଆସବାପତ୍ର ଲୁଟିନେଲେ ଲୁଟେରା । ଜଲସୋହରିଆ ପଂଚାୟତର ଝକଝକି ଶୀତଳା ଓ କାଳୀ ମନ୍ଦିର ସହ ବେଣୁଦା ଗ୍ରାମର ଜଗନ୍ନାଥ ମନ୍ଦିରରୁ ଲକ୍ଷାଧିକ ଟଙ୍କାର ଅଳଙ୍କାର ଓ ଆସବାବପତ୍ର ଲୁଟ ହୋଇଛି । ଚନ୍ଦନେଶ୍ୱର ୫୭ ନମ୍ବର ରାଜ୍ୟ ରାଜପଥକୁ ଲାଗିଥିବା  ବେଣୁଦା ଗ୍ରାମର ଜଗନ୍ନାଥ ମନ୍ଦିର ଓ ଝକଝକି ଗ୍ରାମର ଶୀତଳା  ଓ କାଳୀ ମନ୍ଦିର ତାଲା ଭାଙ୍ଗି ଲକ୍ଷାଧିକ ଟଙ୍କାର ସୁନା ରୁପା ଲୁଟ ହୋଇଛି  । ଆଜି ସକାଳେ ଗ୍ରାମବାସୀ ଓ ପୂଜକଙ୍କ ନଜରକୁ ଆସିବା ପରେ  ସ୍ଥାନୀୟ ଲୋକ ପୁଲିସକୁ ଖବର ଦେଇଛନ୍ତି । ପୁଲିସ ଖବର ପାଇବା ପରେ ଘଟଣା ସ୍ଥଳରେ ପହଂଚି ତଦନ୍ତ ଆରମ୍ବ କରିଛି । ତେବେ ଆନୁମାନିକ ୩ ମନ୍ଦିରରୁ ଦୁଇ ଲକ୍ଷରୁ ଅଧିକ  ଟଙ୍କାର ଅଳଙ୍କାର ଚୋରି ହୋଇଥିବା ଜଣା ପଡିଛି ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe