କନକ ବ୍ୟୁରୋ : ବାଲେଶ୍ବର ମୁଖ୍ୟ ଚିକିତ୍ସାଳୟରେ ଅଲଟ୍ରାସାଉଣ୍ଡ ରିପୋର୍ଟ ଏବଂ ଶିଶୁ ଜନ୍ମରେ ତାଳ ମେଳ ନ ରହିବା ନେଇ ସମସ୍ୟା ବଢୁଛି । ଜନ୍ମ ପୂର୍ବରୁ ଅଲଟ୍ରାସାଉଣ୍ତ କରି ରିପୋର୍ଟ ଦେଇଥିବା ଡାକ୍ତରଙ୍କ କାର୍ଯ୍ୟ ଦକ୍ଷତାକୁ ନେଇ ପ୍ରଶ୍ନବାଚୀ ସୃଷ୍ଟି ହେଇଛି । ଏ ସଂକ୍ରାନ୍ତରେ ଜିଲ୍ଲା ମୁଖ୍ୟ ସ୍ୱାସ୍ଥ୍ୟ ଅଧିକାରୀଙ୍କୁ ପଚାରିବାରୁ ଅଲଟ୍ରାସାଉଣ୍ଡ କରିଥିବା ଡାକ୍ତରଙ୍କ ଭୁଲ ଥିବା ସେ କହିଛନ୍ତି । ଓ ତଦନ୍ତ ରିପୋର୍ଟରେ ସେ ସନ୍ତୁଷ୍ଟ ନୁହନ୍ତି । ଘରୋଇ ନର୍ସିଂ ହୋମର ଭୁଲ୍ ନେଇ ତଦନ୍ତ ରିପୋର୍ଟ ଆସିଥିବା କହିଛନ୍ତି ଜିଲ୍ଲା ମୁଖ୍ୟ ସ୍ଵାସ୍ଥ୍ୟ ଅଧିକାରୀ।
ଚିକିତ୍ସାଧୀନ ଅଛନ୍ତି ମା’ ଓ ଶିଶୁ । କିନ୍ତୁ ସମାଧାନ ହୋଇନାହିଁ ଦ୍ଵନ୍ଦ୍ବ । ଡାକ୍ତର ଭୁଲ ନା ଅଲଟ୍ରାସାଉଣ୍ଟ ମେସିନ ଭୁଲ୍? ସନ୍ତୋଷଜନକ ଉତ୍ତର ବଦଳରେ ଅଲଟ୍ରାସାଉଣ୍ତ ପାଇଁ ନିଆ ଯାଇଥିବା ଟଙ୍କା ଫେରସ୍ତ ଦେବାକୁ ପ୍ରଲୋଭନ ଦିଆ ଯାଉଥିବା ଅଭିଯୋଗ କରିଛନ୍ତି ବାପା କାହ୍ନୁଚରଣ ପାଳ । ମେଡିକାଲରେ ଅବ୍ୟବସ୍ଥାର ଏହା ବିକଳ ଚିତ୍ର ବୋଲି ଅଭିଯୋଗ ହୋଇଛି ।
ଜନ୍ମ ପୂର୍ବରୁ ଘରୋଇ ନର୍ସିଂ ହୋମରେ ଡାକ୍ତର ଅଲଟ୍ରାସାଉଣ୍ତ କରି ଦୁଇଟି ଶିଶୁ ଗର୍ଭରେ ଥିବା ଏବଂ ଓଜନ, ଏପରିକି ହାର୍ଟ ଓ ପଲସ ତଥ୍ୟ ଲେଖିବା ପରେ କେମିତି ଭୁଲ ଥିବା କୁହାଯାଉଛି, ସେନେଇ ସନ୍ଦେହ ସୃଷ୍ଟି ହେଉଛି । କିଛି ଲୁଚାଇବାକୁ ମନଗଢ଼ା କାହାଣୀ ତିଆରି କରାଯାଉନି ତ ?