କନକ ବ୍ୟୁରୋ : ଜୀବିତ ଥାଉ ଥାଉ ମୃତ୍ୟୁ ଦର୍ଶାଇ ଦେଲେନି ଭତ୍ତା । ଜୀବିତ ଥିବା ଜଣେ ବୃଦ୍ଧାଙ୍କୁ ମୃତ ଦର୍ଶାଇ ଭତ୍ତା ଟଙ୍କା ପ୍ରଦାନ କରିନାହାଁନ୍ତି ସରକାରୀ ବାବୁ । ଏମିତି ଏକ ଘଟଣା ସାମ୍ନାକୁ ଆସିଛି ବଲାଙ୍ଗୀର ଜିଲ୍ଲା ସଇଁତଲା ବ୍ଲକ ଅନ୍ତର୍ଗତ ଆମ୍ବପାଲି ପଂଚାୟତର ଭେଁରୁଆଭଟା ଗ୍ରାମରୁ । ବୃଦ୍ଧା ମହିଳା ହେଲେ ୬୬ ବର୍ଷିୟ ରାମା ମହାଳିଙ୍ଗ। ବୃଦ୍ଧାଙ୍କ ଦେହ ଅସୁସ୍ଥ ଥିବାରୁ ନିଜ ଗ୍ରାମର ପୂର୍ବତନ ୱାର୍ଡସଭ୍ୟାଙ୍କୁ ତାଙ୍କ ଭତ୍ତା କାର୍ଡ ଦେଇ ଟଙ୍କା ଆଣିବାକୁ କହିଥିଲେ। ଯେତେବେଳେ ସେ ପଞ୍ଚାୟତକୁ ଟଙ୍କା ଆଣିବାକୁ ଗଲେ ପଞ୍ଚାୟତ କର୍ମଚାରୀ ମହାଳିଙ୍ଗଙ୍କ ମୃତ୍ୟୁ ହୋଇଯାଥିବା କହି ଟଙ୍କା ଦେଇନଥିଲେ। ଏପରିକି ସରକାରୀ ବାବୁଜଣଙ୍କ ତିନି ମାସର ଭତ୍ତା ଟଙ୍କା ଫେରସ୍ତ କରିବାକୁ କହିଥିଲେ । କିନ୍ତୁ ରାମା ମହାଳିଙ୍ଗ ରାସନ ଚାଉଳ ପଞ୍ଚାୟତ ଅଫିସରୁ ଫିଙ୍ଗର ପ୍ରିଣ୍ଟ ଦେଇ ଚାଉଳ ଉଠାଉଛନ୍ତି କ୍ଷ ସରକାରୀ ବାବୁ ଜଣକ କିପରି ଜୀବିତ ମହିଳାଙ୍କୁ ମୃତ୍ୟୁ ବୋଲି ଭତ୍ତା ଟଙ୍କା ହଡପ କରିବାପାଇଁ ଯୋଜନା କରିଥିଲେ ଏନେଇ ବୁଦ୍ଧି ଯିବି ମହଲ ରେ ପ୍ରଶ୍ନ ବାଚୀ ସୃଷ୍ଟି କରୁଛି କ୍ଷ ଏହାର ଉଚିତ ତଦନ୍ତ କରି ଦୋଷୀ ବିରୁଦ୍ଧରେ ଦୃଢ଼ କାର୍ୟ୍ୟନୁଷ୍ଠକ୍ଷନ ନେବାପାଇଁ ପରିବାର ଲୋକେ ଦାବୀ କରିଛନ୍ତି କ୍ଷ
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
{{#pages}}
{{/pages}}
Follow Us