କନକ ବ୍ୟୁରୋ : ବଲାଙ୍ଗୀର ପୁଇଁତଲା ଥାନା ତଣ୍ଡାମୁଣ୍ଡା ଜଙ୍ଗଲରୁ ଯୁବକ ଯୁବତୀଙ୍କ ମୃତଦେହ ଉଦ୍ଧାର ଘଟଣାରେ ନୂଆ ଟୁଇଷ୍ଟ । ହତ୍ୟାକାଣ୍ଡ ପଛରେ ଦେହ ବ୍ୟବସାୟ ବୋଲି ପୋଲିସ ପ୍ରାଥମିକ ତଦନ୍ତରୁ ଅନୁମାନ କରୁଛି । ଏହି ଘଟଣାରେ ବଲାଙ୍ଗୀର ପୋଲିସ ୪  ଜଣଙ୍କୁ ଅଟକ ରଖି ପଚରାଉଚରା ଚଳାଇଛି । ୨ ଜଣ ମହିଳା ଓ ୨ ଜଣ ପୁରୁଷ ଅଟକ ଅଛନ୍ତି । ସେମାନଙ୍କ ମଧ୍ୟରେ ଜଣେ ମହିଳା ସମ୍ବଲପୁର ଜିଲ୍ଲା ବୁର୍ଲାର । ପୋଲିସ ଗୋଟିଏ କାର ମଧ୍ୟ ଜବତ କରିଛି ।