କନକ ବ୍ୟୁରୋ : ବଲାଙ୍ଗରରେ ବାଏପାସ ତିଆରି ଚାଲିଛି। ଏଥିପାଇଁ ସୁନ୍ଦରଗଡର ଏନଟିପିସିରୁ ହଜାର ହଜାର ଟନ୍ ପାଉଁଶ ଆସୁଛି। ବାଏପାସ ପ୍ରକଳ୍ପ ନାଁରେ ପାଉଁଶ ଆଣି ଜାତୀୟ ରାଜପଥ ୨୬ କଡ଼ରେ ପକାଯାଉଛି। ଏହି ବିଷାକ୍ତ ପାଉଁଶ ବଲାଙ୍ଗୀର ଜିଲ୍ଲାର ବିଭିନ୍ନ ସ୍ଥାନରେ ଚାଷ ନଷ୍ଟ କରୁଥିବା ଅଭିଯୋଗ ହୋଇଛି।
ସହର ଉପକଣ୍ଠରେ ଥିବା ପୁଇନ୍ତଲାରୁ ବିଷ୍ଣୁ ମୁଣ୍ଡା ଦେଇ ବିଜାଖମନ ଯାଏଁ ଜାତୀୟ ରାଜପଥ ୨୬ରେ ବାଏପାସ କାମ ଚାଲିଛି। ଆଉ ଏହି ପ୍ରକଳ୍ପ, ବିଷାକ୍ତ ପାଉଁଶ ଡମ୍ପିଂ ପାଇଁ ପ୍ରକୃଷ୍ଠ ସାଇଟ୍ ପାଲଟିଛି। ଏହି ପାଉଁଶ ଏବେ ଚାଷ ଜମିକୁ ମାଡ଼ି ଯାଉଛି। ସାମାନ୍ୟ ପବନରେ ଏହି ପାଉଁଶ ଉଡ଼ି ଚାଷ ଜମିରେ ଏକ ଆସ୍ତରଣ ସୃଷ୍ଟି କରୁଥିବା ବେଳେ ବର୍ଷା ପାଣି ସହ ବୋହି ଜମିରେ ପଶୁଛି। ବାରମ୍ବାର ଅଭିଯୋଗ କଲେ ସୁଦ୍ଧା କେହି କର୍ଣ୍ଣପାତ କରୁନଥିବା ଅଭିଯୋଗ ହୋଇଛି।
Follow Us