କନକ ବ୍ୟୁରୋ : ସମ୍ମାନ ରକ୍ଷା କରିଛି ବିଜେପି । ମିଲକିପୁର ଉପନିର୍ବାଚନରେ ଦଳର ବମ୍ପର ବିଜୟ । ଉତରପ୍ରଦେଶ ବିଧାନସଭା ନିର୍ବାଚନର ପରାଜୟର ପ୍ରତିଶୋଧନ ମିଲକିପୁରରେ ନେଇଛି ବିଜେପି ।ଏଠାରୁ ସପାର ତୁଙ୍ଗ ନେତା ଅବଧେଶ ପ୍ରସାଦଙ୍କ ପୁଅ ଅଜିତ ପ୍ରସାଦଙ୍କ ସହ ବିଜେପିର ଚନ୍ଦ୍ରଭାନୁ ପାଶୱାନ ଲଢ଼ି ୬୧ହଜାର ୬୩୬ ଭୋଟରେ ହରାଇଛି । ୮ବର୍ଷ ପରେ ସପା ହାତରୁ ମିଲକିପୁର ଆସନ ଛଢ଼ାଇବାରେ ସଫଳ ହୋଇଛି ବିଜେପି । ଅବଧେଶ ପ୍ରସାଦ ମିଲକିପୁର ବିଧାନସଭା ଆସନ ଛାଡ଼ି ଫୈଜାବାଦ ସାଂସଦ ହେବା ପରେ ଏହି ଆସନଟି ଖାଲି ରହିଥିଲା । ଫୈଜାବାଦ ଅଧିନରେ ବିଜେପିର ହିନ୍ଦୁତ୍ବ ରାଜନୀତିର କେନ୍ଦ୍ର ଅଯୋଧ୍ୟା ଆସୁଥିବାରୁ ସେଠାରେ ପରାଜୟ ବିଜେପିକୁ ବେଶ ବାଧିଥିଲା । ଫଳରେ ମିଲ୍କିପୁର ଉପନିର୍ବାଚନ ବିଜେପି ଓ ଯୋଗୀ ଆଦିତ୍ୟନାଥଙ୍କ ପାଇଁ ସମ୍ମାନର ପ୍ରଶ୍ନ ହୋଇଯାଇଥିଲା । ଏବେ ମିଲ୍ଲିପୁର ଆସନରେ ବିଜୟ ପରେ ବିଜେପି ସପା ଉପରେ ପ୍ରତିଶୋଧ ନେଇଛି ।
ଅଯୋଧ୍ୟା ପରାଜୟର ମିଲକିପୁରରେ ପ୍ରତିଶୋଧ ନେଲା ବିଜେପି । ସମାଜବାଦୀ ପାର୍ଟି ପ୍ରାର୍ଥୀଙ୍କୁ ୬୧ ହଜାର ଭୋଟରେ ବିଜେପି ପ୍ରାର୍ଥୀ କଲେ ପରାଜିତ
୮ବର୍ଷ ପରେ ସପା ହାତରୁ ମିଲକିପୁର ଆସନ ଛଢ଼ାଇବାରେ ସଫଳ ହୋଇଛି ବିଜେପି । ଅବଧେଶ ପ୍ରସାଦ ମିଲକିପୁର ବିଧାନସଭା ଆସନ ଛାଡ଼ି ଫୈଜାବାଦ ସାଂସଦ ହେବା ପରେ ଏହି ଆସନଟି ଖାଲି ରହିଥିଲା ।
/kanak/media/media_files/2025/02/08/3M1rZJA0pPFnBmBI0HQO.jpg)