କନକ ବ୍ୟୁରୋ : ରାଜଧାନୀବାସୀଙ୍କ ମେଟ୍ରୋ ପ୍ରକଳ୍ପ ସ୍ୱପ୍ନକୁ ପୁଣି ଉଜ୍ଜିବୀତ କରିଛନ୍ତି ନଗର ଉନ୍ନୟନ ମନ୍ତ୍ରୀ । ବିଧାନସଭାରେ ଏକ ଲିଖିତ ପ୍ରଶ୍ନର ଉତ୍ତର ଦେଇ ନଗର ଉନ୍ନୟନ ମନ୍ତ୍ରୀ କୃଷ୍ଣଚନ୍ଦ୍ର ମହାପାତ୍ର କହିଛନ୍ତି କି, କଟକ-ଭୁବନେଶ୍ୱର ମେଟ୍ରୋ ପ୍ରକଳ୍ପ ରଦ୍ଦ ହୋଇନାହିଁ । ଏହି ପ୍ରକଳ୍ପ ଏବେ ରାଜ୍ୟ ସରକାରଙ୍କ ପରୀକ୍ଷାଧୀନ ରହିଛି । ଏଥିପାଇଁ ଆନ୍ତଃ ମନ୍ତ୍ରିସ୍ତରୀୟ କମିଟି ଗଠନ କରାଯାଇଛି । କମିଟିର ରିପୋର୍ଟ ଓ ସୁପାରିଶ ପ୍ରାପ୍ତ ହେବା ପରେ ସରକାର ଆଗାମୀ ଦିନରେ ଅନ୍ତିମ ସିଦ୍ଧାନ୍ତ ନେବେ । ଏହି ମେଟ୍ରୋ ପ୍ରକଳ୍ପ ପାଇଁ ଏପର୍ଯ୍ୟନ୍ତ ମୋଟ ୨୭୭.୩୬ କୋଟି ଟଙ୍କା ଖର୍ଚ୍ଚ ହୋଇଛି । ଏବଂ ସେହି ଖର୍ଚ୍ଚ ମଧ୍ୟରୁ ୨୦୨୪ ଜୁନ ୧୨ ତାରିଖ ପରେ ୨୫୨.୦୫ କୋଟି ଟଙ୍କା ପ୍ରଦାନ କରାଯାଇଛି । 

Advertisment