ଆସାମ ଗସ୍ତରେ ପ୍ରଧାନମନ୍ତ୍ରୀ ମୋଦୀ, କହିଲେ ଗାଳିକୁ ଶିବ ବିଷପାନ କଲା ଭଳି ପିଇଯିବି

Advertisment

ଆସାମରେ ପ୍ରଧାନମନ୍ତ୍ରୀ ମୋଦୀ । ରାଜ୍ୟକୁ ୧୯ ହଜାର କୋଟିର ପ୍ରକଳ୍ପ ଉପହାର । ଦରାଙ୍ଗ ରାଲିରେ ବିରେଧୀଙ୍କୁ ଟାର୍ଗେଟ୍ । କହିଲେ, ଗାଳିକୁ ଶିବ ବିଷପାନ କଲା ଭଳି ପିଇଯିବି, ୧୪୦ କୋଟି ଦେଶବାସୀ ମୋ ରିମୋଟ୍ । 

ଆସାମରେ ପ୍ରଧାନମନ୍ତ୍ରୀ ମୋଦୀ । ରାଜ୍ୟକୁ ୧୯ ହଜାର କୋଟିର ପ୍ରକଳ୍ପ ଉପହାର । ଦରାଙ୍ଗ ରାଲିରେ ବିରେଧୀଙ୍କୁ ଟାର୍ଗେଟ୍ । କହିଲେ, ଗାଳିକୁ ଶିବ ବିଷପାନ କଲା ଭଳି ପିଇଯିବି, ୧୪୦ କୋଟି ଦେଶବାସୀ ମୋ ରିମୋଟ୍ । 

36-Narendra Modi

କନକ ବ୍ୟୁରୋ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଆଜି ଆସାମ ଗସ୍ତରେ ଅଛନ୍ତି । ରାଜ୍ୟବାସୀଙ୍କୁ  ୧୮ ହଜାର ୫୩୦ କୋଟି ଟଙ୍କାର ପ୍ରକଳ୍ପ ଭେଟି ଦେଇଛନ୍ତି ମୋଦୀ । ଏଥିରେ ରାସ୍ତା, ସେତୁ, ମେଡିକାଲ କଲେଜ ଆଦି ରହିଛି । ମୋଦୀ ଆଜି(ରବିବାର) ଆସାମର ରାଜଧାନୀ ଗୌହାଟୀରେ କିମ୍ୱଦନ୍ତୀ ସଂଗୀତଜ୍ଞ ତଥା ଭାରତରତ୍ନ ଭୂପେନ ହଜାରିକାଙ୍କ ଜନ୍ମ ଶତବାର୍ଷିକୀ ଉତ୍ସବରେ ଯୋଗଦେଇ ଭୂପେନ ଦା'ଙ୍କୁ  ଶ୍ରଦ୍ଧାଞ୍ଜଳି ଜଣାଇଥିଲେ ।

ଏହାପରେ ଦରଙ୍ଗାରେ ଆୟୋଜିତ ଜନସଭାରେ ଭାଷଣ ଦେଇଥିଲେ ମୋଦୀ । ଏହି ଅବସରରେ ସେ ଆସାମର ବିକାଶ ଉପରେ ଗୁରୁତ୍ୱ ଦେବା ସହ ରାଜ୍ୟର ସମୃଦ୍ଧ ପରମ୍ପରାକୁ ସମ୍ମାନ ଜଣାଇଥିଲେ ।  ମାଆ କାମାକ୍ଷା ଦେବୀଙ୍କୁ ପ୍ରଣାମ କରିବା ସହ ଅପରେସନ ସିନ୍ଦୂରର ସଫଳତା ବର୍ଣ୍ଣନା କରିଥିଲେ । ଏହା ସହିତ ବିରୋଧୀଙ୍କୁ ବି ଟାର୍ଗେଟ୍‌ କରିଥିଲେ । କହିଲେ ସମାଲୋଚକଙ୍କ ଗାଳିକୁ ଶିବ ବିଷପାନ କଲା ଭଳି ପିଇଯିବି । କିନ୍ତୁ ଦେଶ ପାଇଁ କାମ କରିବା ବନ୍ଦ ହେବନି ।

ପ୍ରଧାନମନ୍ତ୍ରୀ ମୋଦୀ ଆସାମକୁ ୧୮, ୫୩୦ କୋଟି ଟଙ୍କାର ପ୍ରକଳ୍ପ ଭେଟି ଦେଇଛନ୍ତି । ସଂଗୀତଜ୍ଞ ଭାରତରତ୍ନ ଭୂପେନ ହଜାରିକାଙ୍କ ଜନ୍ମ ଶତବାର୍ଷିକୀ ଉତ୍ସବରେ ଯୋଗଦେଇ ଆସାମାବାସୀଙ୍କୁ ସମ୍ବୋଧନ କରଛନ୍ତି ପ୍ରଧାନମନ୍ତ୍ରୀ । ଦରଙ୍ଗାରେ ଆୟୋଜିତ ଜନସଭାକୁ ମୋଦୀ ସମ୍ୱୋଧିତ କରି ଆସାମର ବିକାଶ ଉପରେ ଗୁରୁତ୍ୱ ଦେଇଛନ୍ତି । ମାଆ କାମାକ୍ଷା ଦେବୀଙ୍କୁ ପ୍ରଣାମ କରି ରାଜ୍ୟର ସମୃଦ୍ଧ ପରମ୍ପରାକୁ ସମ୍ମାନ ଜଣାଇଲେ ନରେନ୍ଦ୍ର ମୋଦୀ । ଏହା ସହିତ ଅପରେସନ ସିନ୍ଦୂରର ସଫଳତା ବର୍ଣ୍ଣନା କରିଛନ୍ତି । ଏହା

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe