ଉପକୂଳ ଓଡିଶାରେ ବଢ଼ିଲା ପାନୀୟ ଜଳ ସଙ୍କଟ । ସମୁଦ୍ର ଆଖାପାଖ ସବୁ ଗାଁରେ ଯେଉଁଠି ଖୋଳିଲେ ବାହାରୁଛି ଲୁଣି ପାଣି

Advertisment

ପୁରୀଜିଲ୍ଲା ଅସ୍ତରଙ୍ଗ ବ୍ଲକର ଭୂତଳ ଜଳ ଲବଣାକ୍ତ ହେବାରେ ଲାଗିଛି। ହଳଦିଆ ଆଇରନ ପାଣି ପିଇ ଲୋକେ ବିଭିନ୍ନ ରୋଗରେ ପଡୁଛନ୍ତି । ପୁରୀଜିଲ୍ଲା ଅସ୍ତରଙ୍ଗ ଓ କାକଟପୁର ବ୍ଲକର ୧୨ଟି ପଂଚାୟତର ଭୂତଳ ଜଳ ଲବଣାକ୍ତ ହେବାରେ ଲାଗିଛି ।

ପୁରୀଜିଲ୍ଲା ଅସ୍ତରଙ୍ଗ ବ୍ଲକର ଭୂତଳ ଜଳ ଲବଣାକ୍ତ ହେବାରେ ଲାଗିଛି। ହଳଦିଆ ଆଇରନ ପାଣି ପିଇ ଲୋକେ ବିଭିନ୍ନ ରୋଗରେ ପଡୁଛନ୍ତି । ପୁରୀଜିଲ୍ଲା ଅସ୍ତରଙ୍ଗ ଓ କାକଟପୁର ବ୍ଲକର ୧୨ଟି ପଂଚାୟତର ଭୂତଳ ଜଳ ଲବଣାକ୍ତ ହେବାରେ ଲାଗିଛି ।

astaranga salt water

କନକ ବ୍ୟୁରୋ: ପୁରୀଜିଲ୍ଲା ଅସ୍ତରଙ୍ଗ ବ୍ଲକର ଭୂତଳ ଜଳ ଲବଣାକ୍ତ ହେବାରେ ଲାଗିଛି। ହଳଦିଆ ଆଇରନ ପାଣି ପିଇ ଲୋକେ ବିଭିନ୍ନ ରୋଗରେ ପଡୁଛନ୍ତି । ପୁରୀଜିଲ୍ଲା ଅସ୍ତରଙ୍ଗ ଓ କାକଟପୁର ବ୍ଲକର ୧୨ଟି ପଂଚାୟତର ଭୂତଳ ଜଳ ଲବଣାକ୍ତ ହେବାରେ ଲାଗିଛି । ଫଳରେ ସଂପୃକ୍ତ ଅଞ୍ଚଳରେ ପାନୀୟ ଜଳ ସଙ୍କଟ ଉତ୍କଟ ହେବାରେ ଲାଗିଛି । ଅଭିଯୋଗ ହେବା ପରେ ସ୍ଥିତି ଅନୁଧ୍ୟାନ କରିଛନ୍ତି କେନ୍ଦ୍ରୀୟ ପାନୀୟଜଳ ଯୋଗାଣ ପରିମଳ ବିଭାଗ ।  

  • ଲବଣାକ୍ତ ହେଉଛି ଭୂତଳ ଜଳ
  • ପିଇବା ପାଣି ପାଲଟିଛି ବିଷ

ନଳକୂପରୁ ବାହାରୁଛି ଆଇରନ ମିଶା ହଳଦିଆ ପାଣି। କେବଳ ପାଣି ଗୋଳିଆ ଦିଶୁନି, ପାଣିର ସ୍ୱାଦ ବି ଲୁଣିଆ ଲାଗୁଛି । ସମସ୍ୟାର ସମାଧାନ ପାଇଁ ବସୁଧା ଯୋଜନାରେ ଓଭର ହେଡ ଟାଙ୍କିରୁ ଘରକୁ ଘର ପାଣି ଯୋଗାଣ ହେଉଥିଲା । ହେଲେ ଯୋଗାଣ ପାଣି ମଧ୍ୟ ହଳଦିଆ ବାହାରୁଛି। ଅସ୍ତରଙ୍ଗ ବ୍ଲକର କୋରଣା ପୟତର ସମସ୍ତ ନଳକୂପରୁ ଆଇରନ ଯୁକ୍ତ ହଳଦିଆ ପାଣି ବାହାରୁଛି । ବାଧ୍ୟହୋଇ ଲୋକ ଜମି ବିଲରୁ ଗରା ବାଲଟିରେ ପିଇବା ପାଣି ଆଣୁଛନ୍ତି। ଆଉ ବିଷାକ୍ତ ପାଣି ପିଇ ବିଭିନ୍ନ ରୋଗରେ ପଡୁଥିବା ଅଭିଯୋଗ ହେଉଛି ।       

ଅସ୍ତରଙ୍ଗ ବ୍ଲକ ଓ କାକଟପୁର ବ୍ଲକର ୧୨ଟି ପଞ୍ଚାୟତର ଭୂତଳ ଜଳ ଲବଣାକ୍ତ ହେବାରେ ଲାଗିଛି। ବିଭିନ୍ନ ସମୟରେ ପାଣିର ମାନ ଯାଞ୍ଚ ପରେ ପିଇବା ଯୋଗ୍ୟ ନୁହେଁ ବୋଲି ଜଣାପଡିଛି । ଜିଲ୍ଲା ପରିମଳ ବିଭାଗ ଏନେଇ ରିପୋର୍ଟ ଦେବା ପରେ କେନ୍ଦ୍ର ଗ୍ରାମ୍ୟଜଳ ଯୋଗାଣ ପରିମଳ ବିଭାଗର ଦୁଇ ଜଣିଆ ଟିମ ସ୍ଥିତି ଅନୁଧ୍ୟାନ କରିଛନ୍ତି। ମଧୁର ଜଳ ଲବଣାକ୍ତ ହେବା ଉପକୂଳ ଅଞ୍ଚଳ ପାଇଁ ଏକ ବଡ଼ ପ୍ରାକୃତିକ ବିପଦ ବୋଲି ପରିବେଶବିତ୍ କହିଛନ୍ତି ।  

କୁହାଯାଏ ଜଳ ହିଁ ଜୀବନ। ଜୀବଜଗତ ପାଇଁ ପ୍ରକୃତି ଦେଇଥିବା ଅମୃତ। ପୁରୀ ଉପକୂଳ ଅଞ୍ଚଳରେ ଭୂତଳ ଜଳ ଲବଣାକ୍ତ ହେବା ପରେ ପୂର୍ବ ସରକାର ସମୟରେ ଦେବୀ ନଦୀର ପାଣିକୁ ବିଶୋଧନ କରି ଏକ ମେଗା ପ୍ରକଳ୍ପ କାର୍ଯ୍ୟକାରୀ କରିବାକୁ ଟେଣ୍ଡର ସରିଛି । ସରକାର ପରିବର୍ତନ ହେବା ପରେ ଏହି ପ୍ରକଳ୍ପ ଭାଗ୍ୟ କଣ ହେବ ତାହାର ଉତ୍ତର କାହା ପାଖରେ ନାହିଁ । 

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe