କନକ ବ୍ୟୁରୋ : ପ୍ରଧାନମନ୍ତ୍ରୀଙ୍କୁ ମୁଖ୍ୟମନ୍ତ୍ରୀଙ୍କ ବିବାଦୀୟ ଟିପ୍ପଣୀ । ତେଲେଙ୍ଗାନା ମୁଖ୍ୟମନ୍ତ୍ରୀ ରେଭନ୍ତ ରେଡ୍ଡୀ ପୁଣି ବିବାଦରେ ପଢ଼ିଛନ୍ତି । ଏଥରକ ମୋଦୀଙ୍କୁ ତାନାଶାହି ମୋଗଲ ଶାସକ ଗଜନୀ ସହ ତୁଳନା କରିବା ପରେ ସମାଲୋଚନାର ଶିକାର ହୋଇଛନ୍ତି ରେଭନ୍ତ । ଜୟ ବାପୁ, ଜୟ ଭୀମ, ଜୟ ସମ୍ବିଧାନ ରାଲିରେ ମୋଦୀଙ୍କୁ ଗଜନୀଙ୍କ ସହ ତୁଳନା କରିଥିଲେ ଓ କହିଥିଲେ ଦେଶର ସମ୍ବିଧାନ ବଦଳାଇ, ସଂରକ୍ଷଣ ରଦ୍ଦ କରି ଦେଶର ବିକାଶରେ ବାଧା ସାଜୁଛନ୍ତି ପ୍ରଧାନମନ୍ତ୍ରୀ । ଦେଶକୁ ଇଂଗ୍ରେଜ ମାନେ ଯେମିତି ଶାସନ କରୁଥିଲେ ସେମିତି ବିଜେପି ଚଳାଇଛି । ଏମାନଙ୍କୁ ହରାଇବାକୁ ଜନତାଙ୍କ ସିପାହୀ ସାଜିଛନ୍ତି ରାହୁଲ ଗାନ୍ଧୀ । ସେପଟେ ବିବାଦୀୟ ଟିପ୍ପଣୀ ପାଇଁ କଂଗ୍ରେସଠୁ କ୍ଷମା ଦାବି କରିଛି ପ୍ରଦେଶ ବିଜେପି ।
ଅଡୁଆରେ ତେଲେଙ୍ଗାନା ମୁଖ୍ୟମନ୍ତ୍ରୀ । ପ୍ରଧାନମନ୍ତ୍ରୀ ମୋଦୀଙ୍କୁ ତାନାଶାହି ମୋଗଲ ଶାସକ ଓ ଗଜନୀଙ୍କ ସହ କଲେ ତୁଳନା
ଜୟ ବାପୁ, ଜୟ ଭୀମ, ଜୟ ସମ୍ବିଧାନ ରାଲିରେ ମୋଦୀଙ୍କୁ ଗଜନୀଙ୍କ ସହ ତୁଳନା କରିଥିଲେ ଓ କହିଥିଲେ ଦେଶର ସମ୍ବିଧାନ ବଦଳାଇ, ସଂରକ୍ଷଣ ରଦ୍ଦ କରି ଦେଶର ବିକାଶରେ ବାଧା ସାଜୁଛନ୍ତି ପ୍ରଧାନମନ୍ତ୍ରୀ ।
/kanak/media/media_files/2025/01/28/CKjlILkxBjDwUEMlOCBx.jpg)