ଆକ୍ସନମୋଡରେ ଆମେରିକା ରାଷ୍ଟ୍ରପତି । ଅନୁପ୍ରବେଶକାରୀଙ୍କୁ ଦେଶରୁ କରୁଛନ୍ତି ବିତାଡିତ, ପ୍ରଥମ ପର୍ଯ୍ୟାୟରେ ବାହାରିଲେ ୨୦୫ ଭାରତୀୟ

Advertisment

ଶପଥ ନେବା ପରେ ଟ୍ରମ୍ପ କହିଥିଲେ ଇତିହାସରେ ପ୍ରଥମ ଥର ପାଇଁ, ସରକାର ଅବୈଧ ବିଦେଶୀଙ୍କୁ ଠାବ କରୁଛି ଏବଂ ସେମାନଙ୍କୁ ସାମରିକ ବିମାନରେ ସେମାନଙ୍କ ଦେଶକୁ ଫେରାଇବ ଆମେରିକା 

ଶପଥ ନେବା ପରେ ଟ୍ରମ୍ପ କହିଥିଲେ ଇତିହାସରେ ପ୍ରଥମ ଥର ପାଇଁ, ସରକାର ଅବୈଧ ବିଦେଶୀଙ୍କୁ ଠାବ କରୁଛି ଏବଂ ସେମାନଙ୍କୁ ସାମରିକ ବିମାନରେ ସେମାନଙ୍କ ଦେଶକୁ ଫେରାଇବ ଆମେରିକା 

35america

35america Photograph: (35america )

କନକ ବ୍ୟୁରୋ : ଶପଥ ଦିନ ଯେଉଁସବୁ ଘୋଷଣା କରିଥିଲେ ତାକୁ ତୁରନ୍ତ ଲାଗୁ କରିବା ଦିଗରେ ଆମେରିକାର ନୂଆ ରାଷ୍ଟ୍ରପତି । ପ୍ରଥମ ପର୍ୟ୍ୟାୟରେ ୨୦୫ ଭାରତୀୟଙ୍କୁ ଦେଶରୁ ବାହାର କରିଥିବାବେଳେ ତାଲିକାରେ ପାଖପାଖି ୧୮ହଜାର ରହିଛନ୍ତି । ପେଣ୍ଟାଗନ କହିଛି.. 

-ବୈଧ କାଗଜପତ୍ର ବିନା ଆମେରିକାରେ ପ୍ରବେଶ କରୁଥିବା ଭାରତୀୟଙ୍କ ବିରୁଦ୍ଧରେ କାର୍ଯ୍ୟାନୁଷ୍ଠାନ 
-ଆମେରିକାର ଏକ ସାମରିକ ବିମାନ ମାଧ୍ୟମରେ ୨୦୫ ଜଣ ଅବୈଧ ପ୍ରବାସୀଙ୍କୁ ଭାରତ ପଠାଯାଉଛି
-ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଅବୈଧ ପ୍ରବାସୀମାନଙ୍କୁ ଦେଶରୁ ବାହାର କରିବା ପାଇଁ ସେନାର ସାହାଯ୍ୟ ନେଇଛନ୍ତି
-ଆମେରିକାରେ ୧୮୦୦୦ରୁ ଅଧିକ ଭାରତୀୟ ବେଆଇନ ଭାବରେ ରହୁଛନ୍ତି
-ଭାରତୀୟଙ୍କ ଭିସା ମିଆଦ ଶେଷ ହୋଇଯାଇଛି କିମ୍ବା ସେମାନେ ଅବୈଧ ଭାବରେ ଆମେରିକାରେ ପ୍ରବେଶ କରିଛନ୍ତି
-ଟେକ୍ସାସର ଏଲ ପାସୋ ଏବଂ କାଲିଫଣ୍ଣିଆର ସାନ ଡିଏଗୋରୁ ୫,୦୦୦ ରୁ ଅଧିକଙ୍କୁ ବିତାଡିତ କରାଯାଉଛି
-ପ୍ରବାସୀମାନଙ୍କୁ ସାମରିକ ବିମାନ ମାଧ୍ୟମରେ ଗୁଆଟେମାଲା, ପେରୁ ଏବଂ ହଣ୍ଡୁରାସ ପଠାଯାଇଛି
-ମୋଟ ଏକ କୋଟି ୪ଲକ୍ଷ ଅନୁପ୍ରବେଶକାରୀଙ୍କୁ ଚିହ୍ନଟ କରାଯାଇଛି 

ଶପଥ ନେବା ପରେ ଟ୍ରମ୍ପ କହିଥିଲେ ଇତିହାସରେ ପ୍ରଥମ ଥର ପାଇଁ, ସରକାର ଅବୈଧ ବିଦେଶୀଙ୍କୁ ଠାବ କରୁଛି ଏବଂ ସେମାନଙ୍କୁ ସାମରିକ ବିମାନରେ ସେମାନଙ୍କ ଦେଶକୁ ଫେରାଇବ ଆମେରିକା 

ଭାରତ ଅବୈଧ ପ୍ରବାସୀ ପ୍ରସଙ୍ଗରେ ଆମେରିକୀୟ ପ୍ରଶାସନକୁ ସାହାଯ୍ୟ କରିବାକୁ ପ୍ରସ୍ତାବ ଦେଇଥିଲେ। ବୈଦେଶିକ ମନ୍ତ୍ରୀ ଏସ ଜୟଶଙ୍କର ଏନେଇ ବିବୃତି ମଧ୍ୟ ରଖିଥିଲେ । ତେଣୁ ସେନାର ବିମାନ ସାହାଯ୍ୟରେ ଭାରତୀୟଙ୍କୁ ଫେରାଇ ଆଣୁଛନ୍ତି ଭାରତ ସରକାର 

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe