କନକବ୍ୟୁରୋ : ଆଉ କିଛି ସମୟ ଭିତରେ ପୁରୀ ନିକଟରେ ଉପକୂଳ ଅତିକ୍ରମ କରିବ ଗଭୀର ଅବପାତ । ଏହି ସମୟରେ ପବନରେ ବେଗ ୫୦ରୁ ୬୦ କିମି ରହିବ । ଏହାସହ ଝଟକା ପବନ ୬୫ ରୁ ୭୦ କିମି ରହିବାର ସମ୍ଭାବନା ରହିଛି । ବର୍ତ୍ତମାନ ଗଭୀର ଅବପାତ ପୁରୀରୁ ୫୦ କିମି ଦୂରରେ ରହିଛି। ଉତ୍ତର ପଶ୍ଚିମ ଦିଗରେ ଏହା ଗତି କରୁଛି। ଏହାପରେ ଉତ୍ତର ପଶ୍ଚିମ ଦିଗରେ ଗତି କରିବ । ପରେ କ୍ରମଶଃ ଛତିଶଗଡ ମୁହାଁ ହେବ। ଫଳରେ ମହାନଦୀ ଉପରମୁଣ୍ଡରେ ବର୍ଷା ସମ୍ଭାବନା ରହିଛି ।

Advertisment

ଅବପାତ ପ୍ରଭାବରେ ସାରା ରାଜ୍ୟରେ ଆସନ୍ତା ୨୪ ଘଂଟାରେ ପ୍ରବଳରୁ ଅତିପ୍ରବଳ ବର୍ଷା ହେବାର ସମ୍ଭାବନା ରହିଛି।  ଗଞ୍ଜାମ, କନ୍ଧମାଳ, ନୟାଗଡ଼, ଖୋର୍ଦ୍ଧା, ପୁରୀ, ବଲାଙ୍ଗୀର, ବୌଦ୍ଧ ଜିଲ୍ଲାକୁ ରେଡ ଆଲର୍ଟ ଜାରି କରିଛି ପାଣିପାଗ ବିଭାଗ । ଗତ ୨୪ ଘଣ୍ଟାରେ ଅଧିକାଂଶ ସ୍ଥାନରେ ବର୍ଷା ହୋଇଥିବା ବେଳେ ମାଲକାନଗିରିରେ ୨୫୩ ମିଲିମିଟର ସର୍ବାଧିକ ବର୍ଷା ରେକର୍ଡ଼ ହୋଇଛି ।

ଆସନ୍ତାକାଲି ମଧ୍ୟ ବର୍ଷା ଜାରି ରହିବ। ୧୧ ତାରିଖ ରାଜ୍ୟରେ ଯାଏଁ ବର୍ଷା ଲାଗି ରହିବ। ୧୧ ତାରିଖରେ ଉତ୍ତର ଓଡ଼ିଶାରେ ବର୍ଷା ହେବାର ଥିବାବେଳେ ଦକ୍ଷିଣ ଓଡ଼ିଶାରେ ବର୍ଷା କମିବ। ସମସ୍ତ ବନ୍ଦର ଗୁଡ଼ିକ ପାଇଁ ୩ ନମ୍ବର ବିପଦ ସଂକେତ ସହ ମତ୍ସ୍ୟଜିବୀଙ୍କୁ ସମୁଦ୍ରକୁ ୧୧ ତାରିଖ ଯାଏଁ ଯିବାକୁ ବାରଣ କରିଛି ଆଂଚଳିକ ପାଣିପାଗ ବିଭାଗ