କନକ ବ୍ୟୁରୋ : ଘରେ ପଶିଲେ , ତଣ୍ଟିରେ ଛୁରୀ ଲଗାଇ ଲୁଟି ନେଲେ ୪ଲକ୍ଷରୁ ଉର୍ଦ୍ଧ ଟଙ୍କା ନଗଦ ଟଙ୍କା ଓ ୭ଲକ୍ଷରୁ ଅଧିକ ମୂଲ୍ୟର ସୁନାଗହଣା। ଘଟଣା ଅନୁଗୁଳ ଜିଲ୍ଲା ବଅଁରପାଳ ଥାନା ଗଡସନ୍ତ୍ରୀ ପଞ୍ଚାୟତର ଭାଗବତପୁର ଘଟିଛି। ମଙ୍ଗଳବାର ରାତିରେ ବିଜୟ ଭୁତିଆଙ୍କ ଘରେ ୫ରୁ ଅଧିକ ଦୁବୁର୍ତ ପଶିବା ପରେ ଧମକ ଚମକ ଦେଇ ଲୁଟ କରିଛନ୍ତି। ସୂଚନା ଅନୁଯାୟୀ ଗତକାଲି ରାତିରେ ବିଜୟ ଭୁତିଆ ତାଙ୍କ ସ୍ତ୍ରୀ ଯୋରନ୍ଦା ମେଳା ଦେଖିବାକୁ ଯାଇଥିବା ବେଳେ ଘରେ ଭାଇବୋହୁ ଓ ତାଙ୍କର ଛୋଟ ଛୁଆ ଥିଲେ। ଦୁବୁର୍ତ୍ତମାନେ ଘରେ ପଶିବା ପରେ ପ୍ରଥମେ ଘର କବାଟ ଭିତରୁ ବନ୍ଦ କରିଥିଲେ ଓ ବିଜୟଙ୍କ ଭାଇ ବୋହୂଙ୍କ ମୁହଁରେ ଟେପ୍ ବାନ୍ଧି ତାଙ୍କୁ ମାଡ଼ପିଟ କରିଥିବା ଅଭିଯୋଗ ହୋଇଛି। ବଡ ଧରଣର ଲୁଟ କରି ଦୁବୁର୍ତ ଫେରାର ଥିବାବେଳେ ସେମାନଙ୍କ ଟେର ପାଉନି ପୁଲିସ।
ବଅଁରପାଳ ଥାନା ଭାଗବତପୁର ଗାଁରୁ ଚୋରି । ପରିବାର ଲୋକଙ୍କ ଗୋଡ ହାତ ବାନ୍ଧି ଲୁଟିନେଲେ ୧୧ ଲକ୍ଷ ଟଙ୍କା
ଙ୍ଗଳବାର ରାତିରେ ବିଜୟ ଭୁତିଆଙ୍କ ଘରେ ୫ରୁ ଅଧିକ ଦୁବୁର୍ତ ପଶିବା ପରେ ଧମକ ଚମକ ଦେଇ ଲୁଟ କରିଛନ୍ତି। ସୂଚନା ଅନୁଯାୟୀ ଗତକାଲି ରାତିରେ ବିଜୟ ଭୁତିଆ ତାଙ୍କ ସ୍ତ୍ରୀ ଯୋରନ୍ଦା ମେଳା ଦେଖିବାକୁ ଯାଇଥିବା ବେଳେ ଘରେ ଭାଇବୋହୁ ଓ ତାଙ୍କର ଛୋଟ ଛୁଆ ଥିଲେ। ଦୁବୁର୍ତ୍ତମାନେ ଘରେ ପଶିବା ପରେ ପ୍ରଥମେ ଘର କବାଟ ଭିତରୁ ବନ୍ଦ କରିଥିଲେ ଓ ବିଜୟଙ୍କ ଭାଇ ବୋହୂଙ୍କ ମୁହଁରେ ଟେପ୍ ବାନ୍ଧି ତାଙ୍କୁ ମାଡ଼ପିଟ କରିଥିବା ଅଭିଯୋଗ ହୋଇଛି।
/kanak/media/media_files/2025/02/12/E2dWN3QupnzF2xoyE6K3.jpg)