କନକ ବ୍ୟୁରୋ : ଆଉ କିଛି ସମୟ ପରେ ସରିବ ଡିଜିପି-ଆଇଜିପି ସମ୍ମିଳନୀ । ଆଜି ତୃତୀୟ ଦିନରେ ସାମିଲ ହୋଇଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ, ଗୃହମନ୍ତ୍ରୀ ଅମିତ ଶାହ । ସମ୍ମିଳନୀରେ ପ୍ରସ୍ତୁତ ହେଉଛି ଦେଶ ସୁରକ୍ଷାର ବ୍ଲୁପ୍ରିଂଟ । ଆଭ୍ୟନ୍ତରୀଣ ସୁରକ୍ଷା, ଆଇନଶୃଂଖଳା ଦିଗରେ କରାଯାଉଛି ଆଲୋଚନା । ଅନୁପ୍ରବେଶକାରୀ, ସାଇବର ଅପରାଧ, ନିଶା କାରବାର ଉପରେ ବି ଫୋକସ ରହିଛି । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ସମ୍ମିଳନୀରେ ସାମିଲ ହେବା ସହ ଦେଶର ସୁରକ୍ଷାକୁ ନେଇ କଣ ରୋଡମ୍ୟାପ ପ୍ରସ୍ତୁତ ହୋଇଛି ତାହାର ସମୀକ୍ଷା କରୁଛନ୍ତି । ପ୍ରଧାନମନ୍ତ୍ରୀ ମୋଦୀଙ୍କ ସମେତ ଗୃହମନ୍ତ୍ରୀ ଅମିତ ଶାହା ଓ ଜାତୀୟ ସୁରକ୍ଷା ପରାମର୍ଶଦାତା ଅଜିତ ଡୋଭାଲ ମଧ୍ୟ ଏହି ସମ୍ମିଳନୀରେ ଦେଶର ସୁରକ୍ଷାକୁ ନେଇ ନୂଆ ନକ୍ସା ପ୍ରସ୍ତୁତ କରୁଛନ୍ତି ।
ଦେଶର ଆଭ୍ୟନ୍ତରୀଣ ସୁରକ୍ଷା ଓ ଆଇନ ଶୃଙ୍ଖଳା ନିୟନ୍ତ୍ରଣ
ଅନୁପ୍ରବେଶକାରୀ, ସାଇବର ଅପରାଧ, ନିଶା କାରବାର, ମାଓ ମୁକାବିଲା, ତଟ ସୁରକ୍ଷା ପ୍ରସଙ୍ଗ ଆଲୋଚନା
ଥାନାକୁ ଆସୁଥିବା ଅଭିଯୋଗକାରୀଙ୍କୁ ଉତ୍ତମ ବ୍ୟବହାର କରିବା
ତ୍ବରିତ୍ବ ନ୍ୟାୟ ପ୍ରଦାନ କରାଯିବ ନେଇ ପୋଲିସ ମୁଖିଆଙ୍କୁ ନିର୍ଦ୍ଦେଶ
ସୀମା ସୁରକ୍ଷାକୁ ନେଇ ହୋଇଛି ସିକ୍ରେଟ ଷ୍ଟ୍ରାଟେଜି
ଆତଙ୍କବାଦୀଙ୍କୁ ମାତ ଦେବାକୁ ସ୍ବତନ୍ତ୍ର ରଣନୀତି ପ୍ରସ୍ତୁତ
ଉତ୍ତର-ପୂର୍ବ ରାଜ୍ୟ ଗୁଡ଼ିକରେ ଶାନ୍ତି ବଜାୟ ରଖିବା ଉପରେ ଗୁରୁତ୍ବ
ଆଭ୍ୟନ୍ତରୀଣ ଓ ବାହ୍ୟ ଶତ୍ରୁଙ୍କୁ ନିପାତ ପ୍ରମୁଖ ପ୍ରସଙ୍ଗ ଉପରେ ଆଲୋଚନା