କନକ ବ୍ୟୁରୋ : ବୃଦ୍ଧ ବାପାମାଆଙ୍କୁ ଦେଉଥିଲେ ନିର୍ୟାତନା । ପୈତୃକ ସମ୍ପତ୍ତିରୁ ବେଦଖଲ କଲେ କୋର୍ଟ । ଏକ ମାମଲାର ଶୁଣାଣି କରି ଏଭଳି ରାୟ ଶୁଣାଇଛନ୍ତି କାମାକ୍ଷାନଗର ସିଭିଲ କୋର୍ଟ । କାମାକ୍ଷାନଗର କହେଁଇପାଳ ଗାଁର ରତ୍ନାକର ସାହୁଙ୍କ ୪ ପୁଅ ଥିବା ବେଳେ ୩ ଜଣ ବାହାରେ ରୁହନ୍ତି । କିନ୍ତୁ ସାନ ପୁଅ ଓ ବୋହୂ ଘରେ ବାପା ମାଆଙ୍କୁ ଦୀର୍ଘ ଦିନ ଧରି ନିର୍ୟାତନା ଦେଇ ଆସୁଥିଲେ । ନିର୍ୟାତନା ଅସହ୍ୟ ହେବା ପରେ ବାଧ୍ୟ ହୋଇ କୋର୍ଟଙ୍କ ଦ୍ବାରସ୍ଥ ହୋଇଥିଲେ ବୃଦ୍ଧ ଦମ୍ପତି । ଯାହା ପରେ ୪ ପୁଅ ଓ ବୋହୂଙ୍କୁ ବାପାଙ୍କ ସ୍ବଅର୍ଜିତ ସମ୍ପତ୍ତିରୁ ବେଦଖଲ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି କୋର୍ଟ ।
ବଦଳୁଛି ସଂପର୍କର ପରିଭାଷା । ପରିଣତ ବୟସରେ ବାପାମାଆଙ୍କୁ ନିର୍ଯାତନା ଦେଉଥିଲେ ପିଲା, ୪ ପୁଅ ବୋହୂଙ୍କୁ ଘରୁ ବେଦଖଲ କଲେ କୋର୍ଟ
କାମାକ୍ଷାନଗର କହେଁଇପାଳ ଗାଁର ରତ୍ନାକର ସାହୁଙ୍କ ୪ ପୁଅ ଥିବା ବେଳେ ୩ ଜଣ ବାହାରେ ରୁହନ୍ତି । କିନ୍ତୁ ସାନ ପୁଅ ଓ ବୋହୂ ଘରେ ବାପା ମାଆଙ୍କୁ ଦୀର୍ଘ ଦିନ ଧରି ନିର୍ୟାତନା ଦେଇ ଆସୁଥିଲେ ।