କନକ ବ୍ୟୁରୋ : ୮ମାସରେ ୬ଟି ମୁଣ୍ଡ ନେଲଣି ମୋ ବସ। ଜୁନ୍ ୨୦୨୪ ଠାରୁ ବର୍ତ୍ତମାନ ଯାଏଁ କଟକ, ପୁରୀ ଓ ଭୁବନେଶ୍ବରରେ ପରିଚାଳିତ ମୋ ବସ୍ ସେବା ଦ୍ୱାରା ୧୯ଟି ଦୂର୍ଘଟଣା ଘଟିଛି । ଯେଉଁଥରେ ୧୮ ଜଣ ଆହତ ଓ ୬ ଜଣ ମୃତ୍ୟୁବରଣ କରିଛନ୍ତି। ବିଜେଡି ବିଧାୟକ ଅରୁଣ ସାହୁଙ୍କ ପ୍ରଶ୍ନର ନଗର ଉନ୍ନୟନ ମନ୍ତ୍ରୀ କୃଷ୍ଣ ମହାପାତ୍ରଙ୍କ ଲିଖିତ ଉତ୍ତର. କେବଳ ଦୁଇଟି ଘଟଣାରେ ମୃତକଙ୍କ ପରିବାରକୁ ୩ଲକ୍ଷ୫ ହଜାର କ୍ଷତିପୂରଣ ଦିଆଯାଇଛି. ଦୁର୍ଘଟଣା ରୋକିବା ପାଇଁ ଅନେକ ପଦକ୍ଷେପ ନିଆଯାଇଥିବା ନେଇ ମନ୍ତ୍ରୀ ସୂଚନା ଦେଇଛନ୍ତି. ଡିଜେଲ ବସର ସ୍ପିଡ଼ ଲିମିଟ ଘଣ୍ଟା ପ୍ରତି ୪୦ କିଲୋମିଟର ଓ ବୈଦ୍ୟୁତିକ ବସର ୩୫ କିଲୋମିଟର ପାଇଁ ନିର୍ଦ୍ଦେଶ ଦିଆଯାଇଛି. ଆଡାସ ବା ସ୍ୱୟଂକ୍ରିୟ ଚଳକ ସହାୟକ ବ୍ୟବସ୍ଥା ଲଗାଇବାକୁ ଯୋଜନା କରାଯାଇଛି. ଦୁର୍ଘଟଣାର ସମୀକ୍ଷା ପାଇଁ କମିଟି ଗଠନ ହୋଇଛି।
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
{{#pages}}
{{/pages}}
Follow Us