କନକ ବ୍ୟୁରୋ : ୮ ମାସରେ ୧୬ଶହ ମହିଳାଙ୍କ ଉପରେ ଅତ୍ୟାଚାର ନେଇ ଅଭିଯୋଗ ଆଣିଛି କଂଗ୍ରେସ। ଏବଂ ଏସବୁ ଘଟଣାର ତଦନ୍ତ କରିବାକୁ ଦଳ ନିଷ୍ପତ୍ତି ନେଇଛି। ଏଥିପାଇଁ ଏକ ତଥ୍ୟ ଅନୁଧ୍ୟାନ କମିଟି ଗଢିଛନ୍ତି ପିସିସି ସଭାପତି ଭକ୍ତ ଦାସ। ବିଭିନ୍ନ ଜିଲ୍ଲା ଗସ୍ତ କରି ଘଟଣାର ସମୀକ୍ଷା କରିବ କମିଟି। ଦିନକୁ ପ୍ରାୟ ୭ ଜଣ ମହିଳା ଅତ୍ୟାଚାରର ଶୀକାର ହେଉଛନ୍ତି। ମହିଳାଙ୍କ ଉପରେ ଦିନକୁ ଦିନ ଅତ୍ୟାଚାର ବଢିବାରେ ଲାଗିଛି। ରାଜ୍ୟରେ ମହିଳା ହିଂସା ଘଟଣାର ତଦନ୍ତ କରିବାକୁ ଦଳ ଗଠନ କରିଥିବା କମିଟିରେ ପୂର୍ବତନ ମନ୍ତ୍ରୀ ନଗେନ୍ଦ୍ର ପ୍ରଧାନଙ୍କୁ ଅଧ୍ୟକ୍ଷ ରଖାଯାଇଛି। କମିଟିରେ ପୂର୍ବତନ ବିଧାୟକ ସୁଜିତ ପାଢୀ, ବିଧାୟକ ସୋଫିଆ ଫିର୍ଦ୍ଦେଶ, ବିଧାୟକ ସତ୍ୟଜିତ୍ ଗମାଙ୍ଗ ପ୍ରମୁଖ ସଦଦ୍ୟ ଅଛନ୍ତି।
୮ ମାସରେ ୧୬ ଶହ ମହିଳାଙ୍କ ଉପରେ ଅତ୍ୟାଚାର । ସବୁ ଘଟଣାର ତଦନ୍ତ କରିବ କଂଗ୍ରେସ, ଅନୁଧ୍ୟାନ କମିଟି ଗଠନ କଲେ ପିସିସି ସଭାପତି
Advertisment
Follow Us